News portal website
before header
[URIS id=5393]

ବିଭତ୍ସ ହତ୍ଯା;ପ୍ରେମ ନା ପାରିବାରିକ କଳହ!

0 378

ଯାଜପୁର

ତା-୧୪-୧୦-୨୦୨୦

ଦିନକୁ ଦିନ ଯାଜପୁରରେ ଅପରାଧ ସଂଖ୍ଯା ବଢୁଛି। ଅପରାଧୀ ପୋଲିସ ଆଖିରେ ଧୁଳି ଦେଇ ଖସି ଯିବାରେ ସଫଳ ହେଉଛନ୍ତି। ବିଶେଷ କରି ବାଲିଚନ୍ଦ୍ରପୁର ଥାନା ଅଧିନରେ ଥିବା ଅଞ୍ଚଳ ଗୁଡିକରେ ଚୋରି ରାହଜାନି, ଚୋରାଚାଲାଣ ଘଟୁଛି।

ତେବେ ଆଜିର ସଂଧ୍ଯାରେ ସମସ୍ତଙ୍କ ଛାତି ଥରାଇ ଦବା ଭଳି ଘଟଣା ଘଟିଛି, ଏହି ଥାନା ଅନ୍ତର୍ଗତ ମଝିପଡା ପଞ୍ଚାୟତ ବନମାଳୀପୁର ଗ୍ରାମରେ। ଉକ୍ତ ଗ୍ରାମର କୁସ ସେଠୀଙ୍କ ପୁଅ ଉଦ୍ଧବ ସେଠୀ(ଛଦ୍ମନାମ) (୩୦) ଙ୍କ ରକ୍ତାକ୍ତ ଶରୀର ଗ୍ରାମର ଶେଷ ମୁଣ୍ତରେ ଦେଖିବାକୁ ପାଇଥିଲେ ଗ୍ରାମ ବାସୀ। ତେବେ ତାଙ୍କ ନିକଟରେ ଏକ ହିରୋ କମ୍ପାନୀର ଗ୍ଲାମର ଗାଡି ପଡିଥିବା ବେଳେ, ଶରୀର ସମ୍ପୂର୍ଣ୍ଣ ରକ୍ତରେ ଜୁଡୁବୁଡୁ।

ପରେ ଖବର ପାଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ଛାନ ଭିନ ଚଲାଇଛନ୍ତି।ତେବେ ପ୍ରାରମ୍ଭିକ ତଦନ୍ତରୁ ହତ୍ଯା ବୋଲି ଜଣା ପଡିଛି। କେହି କେହି ପାରିବାରିକ କଳହ କହୁଥିବା ବେଳେ, କେହି କେହି ପ୍ରେମ ଜନିତ ହତ୍ଯା ବୋଲି କହୁଛନ୍ତି।

ଏମିତି କି ଗୋଟିଏ ନିର୍ଦିଷ୍ଟ ଝିଅକୁ ନେଇ ବଚସା ଲାଗି ରହିଥିବା ମଧ୍ଯ ଚର୍ଚ୍ଚା ହେଉଛି। ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ପ୍ରକୃତ ହତ୍ଯାର କାରଣ କ’ଣ? ଏବଂ ଯଦି ହତ୍ଯା ହତ୍ଯାକାରୀ କିଏ ଖୋଜି ଧରିବା ପୋଲିସ ପାଇଁ ଚ୍ଯାଲେଞ୍ଜ ହୋଇଯାଇଛି। ତେବୋ ଆଗାମୀ ସମୟରେ ଏ ଘଟଣାରେ ଶ୍ରୀ ପାତ୍ରଙ୍କ ଟିମ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। #facebookaustinnews

#youtubeaustinnews

#twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.