News portal website
before header
[URIS id=5393]

ପିପିଲିରେ ବିଜେପି କାର୍ଯ୍ୟାଳୟ ଉପରକୁ ବୋମା ମାଡ଼

0 146

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୭-୦୯-୨୦୨୧

ପିପିଲି ଉପ ନିର୍ବାଚନକୁ ଆଉ ୪ ଦିନ। ଏହା ପୂର୍ବରୁ ପିପିଲିରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ଅଭିଯୋଗ ଅନୁସାରେ ପୁରୀ ଜିଲ୍ଲା ସାତଶଙ୍ଖସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉପରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ସୂଚନା ଅନୁସାରେ ରବିବାର ରାତି ପ୍ରାୟ ଗୋଟାଏ ବେଳକୁ ବିଜେପି ପାର୍ଟି ଅଫିସ୍‌ ଉପରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। କିନ୍ତୁ ସୌଭାଗ୍ୟ ବଶତଃ ଏହି ବୋମାମାଡ଼ରେ କେହିବି ମୃତାହତ ହୋଇ ନାହାନ୍ତି। କିନ୍ତୁ ପାର୍ଟି ଅଫିସ୍‌ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଯାଇଛି। ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପଡିଥିଲେ ଏବଂ ଏ ବାବଦରେ ପୁଲିସକୁ ସୂଚନା ଦେଇଥିଲେ। ଏପଟେ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ରେ ବ୍ୟବହୃତ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.