ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱେର

ତା -୨୩/୦୮/୨୦୨୧
ଓଟିଡିସିର ଜାଲ୍ ଵାର୍କ ଅର୍ଡର୍ ଦେଇ ଜଣେ ସ୍ପେସାଲ୍ କ୍ଲାସ୍ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଧୂର୍ତ୍ତ ବାବା ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀର କଳା କାରନାମାର ଚିଠା ଇଓଡବ୍ଲୁ ହାତରେ ଲାଗିଛି। ବାବା ଠକେଇ ଟଙ୍କା ସିଧାସଳଖ ନିଜ ଆକାଉଣ୍ଟକୁ ନେଉ ନଥିଲେ। ନଗଦ ଆକାରରେ ପହଞ୍ଚାଇବାକୁ କହୁଥିଲେ। କିନ୍ତୁ ନେଉଥିବା ଟଙ୍କା ବାବଦରେ ଚିଠା ଦେଉଥିଲେ। ଠକେଇର ଶିକାର ହୋଇଥିବା ଠିକାଦାର ଧନୁର୍ଦ୍ଧର ଚମ୍ପତିରାୟଙ୍କଠାରୁ ୧ କୋଟି ୮୫ ଲକ୍ଷ ଟଙ୍କା ଭିତରୁ ବିପୁଳ ଅର୍ଥ ସେ ଏହି ଭଳି ଭାବରେ ନେଇଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିବା ପରେ ଏ ସବୁ ଚିଠାକୁ ଇଓଡବ୍ଲୁ ଜବତ କରି ସାରିଛି।
