ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୨୦-୦୮-୨୦୨୧
ଓଡ଼ିଆ ପୁଅ ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ ପ୍ରଦାନ କରିଛି ବିଶ୍ବ ଚେସ ଫେଡେରେସନ। ରଞ୍ଜନ ମହାନ୍ତି ଜଣେ ସୁଦକ୍ଷ ଫିଡେ ଇନଷ୍ଟ୍ରକ୍ଟର ଅଟନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନର ଶ୍ରୀଯୁକ୍ତ ମହାନ୍ତି ସଭାପତି ଅଟନ୍ତି।
ରଞ୍ଜନଙ୍କ ଘର ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରଇପୁର ଗ୍ରାମରେ ଅଟେ। ଛୁଆ ଦିନରୁ ରଞ୍ଜନଙ୍କର ଚେସ ପ୍ରତି ନିଶା ଥିଲା ବୋଲି ଗ୍ରାମବାସୀ କହନ୍ତି। ରଞ୍ଜନଙ୍କ ସମେତ ଓଡ଼ିଶା ଚେସ ଆସୋସିଏସନର ଯୁଗ୍ମ ସମ୍ପାଦକ ବିଧୁ ଭୂଷଣ ମିଶ୍ର ମଧ୍ଯ ଏହି ଟାଇଟେଲ ପାଇଛନ୍ତି। ଆଗାମୀ ଦିନରେ ଚେସକୁ କିଭଳି ଅଧିକ ଲୋକାଭିମୁଖୀ କରାଯାଇ ପାରିବ ସେ ଦିଗକୁ ତ୍ବରାନ୍ବିତ କରିବା ପାଇଁ ଉଭୟ ମତବ୍ୟକ୍ତ କରିଛନ୍ତି।
