News portal website
before header
[URIS id=5393]

ଉନ୍ନୟନ ପ୍ରକଳ୍ପ ନହେବା ଧାରଣାରେ;ଭଞ୍ଜ ସେନାର ଭିକ୍ଷୋଭ!

0 421

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ

ତା-୦୪-୦୮-୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

କପ୍ତିପଦା ଉପଖଣ୍ଡର ଜରୁରୀ ସମସ୍ୟାର ସମାଧାନ ନିମନ୍ତେ ଭଂଜସେନା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ।କପ୍ତିପଦା ଉପଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଆଖିଦୃଶିଆ ନୁହେଁ।ଫଳରେ ବିଭିନ୍ନ ଦଳ ଓ ଅନୁଷ୍ଠାନ ତରଫରୁ ଧାରଣା ,ଧର୍ମଘଟ ଓ ଆନ୍ଦୋଳନ ଫଳରେ କିଛି ସମସ୍ୟା ସମାଧାନ ହୋଇ ପାରୁଛି।

ଭାରତ ସ୍ୱାଧୀନତା ପରଠାରୁ ମୟୂରଭଞ୍ଜ ଜିଲ୍ଲାର କିଛି ଉପଖଣ୍ଡରେ ରେଳ ଚାଲୁଛି ଅଥଚ ଏହି ଉପଖଣ୍ଡ ଅବହେଳିତ ଅବସ୍ଥାରେ ଅଛି ।କେନ୍ଦ୍ର ସରକାରଙ୍କ ତରଫରୁ ସର୍ଭେ ସରିଥିବା ୮୭୫ କି ମି ରେଳପଥ ଭଦ୍ରାଞ୍ଚଳ-ଖଡ଼ଗପୁରର ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ତାହା ନୀଳଗିରି କପ୍ତିପଦା, ଉଦଳା ,ବାରିପଦା ଓ ଶୁଳିଆପଦା ରୁଟ ଦେଇ ଯାତ୍ରା କରିହେବ।

ନୀଳଗିରିରୁ ଉଦଳା ୨୨କିମି ଦୂରତା ପାଇଁ ରେଳପଥ ନିର୍ମାଣ ତୁରନ୍ତ ସର୍ଭେ ସାରି କାର୍ଯ୍ୟ ଆରମ୍ଭ କରାଯାଉ ।ଏହି ଉପଖଣ୍ଡରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ମନୋରମ ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ କରିବା ସହିତ ସେଗୁଡିକର ବିକାଶ ହେଲେ,ଉପଖଣ୍ଡରୁ ବେକାର ସମସ୍ୟା ଦୂର ହୋଇ ପାରନ୍ତା।ଏହି ଉପଖଣ୍ଡରେ ଚିକିତ୍ସା ଅଭାବରୁ ଲୋକମାନେ ବହୁ ଦୂରଦୂରାନ୍ତକୁ ଚିକିତ୍ସା ନିମନ୍ତେ ଯାଉଛନ୍ତି।ଏଠାରେ ଥିବା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ସୁଧାର ଆଣିବା ଉଚିତ ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଗଣଧାରଣା ଡାକରା ଦିଆଯାଇଛି ।

ଏହି ଗଣଧାରଣା ରେ ଉପଖଣ୍ଡର ବହୁ ଯୁବସମାଜ ସାମିଲ ହୋଇଛନ୍ତି।ତତସହ କପ୍ତିପଦା ଉପଖଣ୍ଡର ଭଂଜସେନାର ସଭାପତି ରବିନ ମହାନ୍ତି, ଆଦିବାସୀ ସେଲର ଜିଲ୍ଲା ସଭାପତି ଶିବ ଶଙ୍କର ସିଂ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ହେମ୍ବ୍ରମ ଓ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଭଂଜସେନାର ଦାବି ଗୁଡିକ ଉପଯୁକ୍ତ ଏବଂ ଏହାର ସମାଧାନ ନିମନ୍ତେ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନିକଟକୁ ଏହି ଦାବିପତ୍ର ଦିଆଯାଇଛି ।

Leave A Reply

Your email address will not be published.