ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୯-୦୭-୨୦୨୧
ଆଉ ଦୁଇ ଦିନ ପରେ ରଥାରୁଢ ହେବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଭକ୍ତ ମାନଙ୍କୁ କିନ୍ତୁ ଏବର୍ଷ ବି ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ କୁ ଦର୍ଷନ କରିପାରିବେ ନାହିଁ ସାଧାରଣ ଭକ୍ତ ।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଆଜି ବି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସମସ୍ତ ନୀତିକାନ୍ତି କେବଳ ପରମ୍ପରା ବଜାୟ ରଖିବା ପାଇଁ କଟକଣା ମଧ୍ୟରେ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।

ପୂର୍ବରୁ ସ୍ନାନ ଯାତ୍ରା ମଧ୍ୟ ଭକ୍ତ ଶୂନ୍ୟ ଭାବରେ ହୋଇଥିଲା ଆଉ ଏବେ ନବଯୌବନ ବେଶ ଏବଂ ଏହାପରେ ବିନା ଭକ୍ତରେ ରଥଯାତ୍ରା ବି ଅନୁଷ୍ଠିତ ହେବ ।ତେବେ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ନବଯୌବନ ବେଶ କରାଯିବ । ପ୍ରତିବର୍ଷ ଏହି ଦିନରେ ବଡ଼ ଦେଉଳରେ ହଜାର ହଜାର ଭକ୍ତଙ୍କ ଭିଡ ଯମିଥାଏ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ କଟକଣା ଲଗାଯାଇଛି । ବାହାର ଭକ୍ତଙ୍କ ପ୍ରବେଶ କୁ ବାରଣ କରାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
