News portal website
before header
[URIS id=5393]

ଫୁଟପାତ୍ ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ରର ପଢା ଘର ।

0 345

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୬-୦୬-୨୦୨୧

ସୁନ୍ଦରଗଡ଼ ରାଜଗାଙ୍ଗପୁର ରାସ୍ତା ର ଷ୍ଟ୍ରିଟ୍ ଲାଇଟ୍ ସାଜିଛି ଛାତ୍ର ର ପଢା ଘର । କଥା ଟି ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଏହା ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ଦୃଶ୍ୟ । ଆଜକୁ ୩୦ ବର୍ଷ ପୂର୍ବେ ବିହାର ରାଜ୍ୟରୁ ଶମ୍ଭୁ ରାୟ ନାମକ ବ୍ୟକ୍ତି ସପରିବାର ରାଜଗାଙ୍ଗପୁର ସହରକୁ ଆସି ୱଡ ନମ୍ବର ୧୪ ରାନୀ ବନ୍ଦ ଠାରେ ଜରିପାଲ ଦେଇ ଭଗବାନ ଭରଷାରେ ରହୁଛନ୍ତି ।ଗାଈ, ମଇଁଷି ପାଳନ କରି କ୍ଷୀର ବିକ୍ରି କରି ପରିବାର ପୋସିଥାନ୍ତି । ସରକାରୀ ସହାୟତା ତାଙ୍କ ପାଇଁ ସାତସପନ।

ଅଭିଷେକ ରାୟ,ଶମ୍ଭୁ ରାୟଙ୍କ ପୁଅ ଯିଏକି ସପ୍ତମ ଶ୍ରେଣୀର ଛାତ୍ର । ପଢ଼ିବା ବାକୁ ତାର ଏପରି ଆଗ୍ରହ ଜେ ସେ ପାଠପଢି ପୋଲିସ ଅଫିସର ହେବାକୁ ଇଛା ରଖିଛି ହେଲେ ଗରିବ ସାଜୁଛି ବାଧକ । ବାପା ଗରିବ ହୋଇ ଥିବା ରୁ ଘରେ ବିଜୁଳି ସନଯୋଗ କରିପାରିନାହିଁ ଯାହାଫଳରେ ଅଭିଷେକ ନିଜ ଅନ୍ଧାର ଘରେ ପାଠ ପଢିବାରେ ପାରେନାହିଁ । ହେଲେ ତାରପାଠପଢିବା ନିଶା ଆଗରେ ଅନ୍ଧାର ରାତି ହାରମାନିଯାଇଛି। ଘରଟି ସିନା ତାର ଅନ୍ଧାର ହେଲେ ତାଘରଦେଇ ୧୦ନମ୍ବର ରାଜ୍ୟ ରାଜପଥ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି ତଲେବସି ପାଠପଢେ। ଯଦି ସନ୍ଧ୍ୟାରେ ବର୍ଷା ହୁଏ ତାହେଲେ ସେଦିନ ତାରପାଠପଢା ବନ୍ଦ ରୁହେ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.