News portal website
before header
[URIS id=5393]

ଆରମ୍ଭ ହେଲା ଜଗା ଦର୍ଶନ,ହଟିଲା କଟକଣା!

0 557

ପୁରୀ

୦୪-୦୯-୨୦୨୦

ହଟିଲା ସବୁ କଟକଣା । ପର୍ଯ୍ୟଟନ ସହର ପୁରୀକୁ ଏବେ ଆସିପାରିବେ ପର୍ଯ୍ୟଟକ। ବିଭିନ୍ନ ସ୍ଥାନରୁ ନାକାବନ୍ଦୀ ହଟାଯିବା ସହ ହୋଟେଲଗୁଡିକୁ ବୁକିଂ ପାଇଁ ଅନୁମତି ।ଦୀର୍ଘଦିନ ପରେ ଏବେ ପର୍ଯ୍ୟଟକମାନେ ପୁରୀ ଆସିପାରିବେ । ହୋଟେଲରେ ରହିବା ସହ ସମୁଦ୍ର ବେଳାଭୂମିର ମଜା ନେଇ ପାରିବେ ପର୍ଯ୍ୟଟକ । କୋଭିଡ୍-୧୯ ନିୟମ ଅନୁସାରେ ପର୍ଯ୍ୟଟକ ପୁରୀ ବୁଲି ପାରିବେ ।

କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କରୋନା ପାଇଁ ପୁରୀ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ହୋଟେଲ୍‌ ସବୁ ପ୍ରାୟ ଖୋଲିବାକୁ ଅନୁମତି ଦିଆଯାଇଛି । ହୋଟେଲ୍‌ଗୁଡ଼ିକୁ ବୁକିଂ ପାଇଁ ଅନୁମତି ଦିଆଯାଇଛି ।

ଜିଲ୍ଲାର ପ୍ରବେଶ ପଥରେ ନାକାବନ୍ଦୀକୁ ହଟାଇ ଦିଆଯାଇଛି । ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ । ହୋଟେଲ୍‌ରେ ରହିପାରିବେ ଓ କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବୁଲି ପାରିବେ । କିନ୍ତୁ କରୋନା ନିୟମାବଳୀକୁ ମାନିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କରିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ପୂର୍ବରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକ ତଥା ଜିଲ୍ଲା ବାହାର ଲୋକଙ୍କୁ ପ୍ରବେଶ ଉପରେ କଟକଣା ଲଗାଇଥିଲା । ବାହାର ଗାଡ଼ିକୁ ଜିଲ୍ଲାରେ ପ୍ରବେଶ ଅନୁମତି ମିଳୁନଥିଲା ।ଏବେ ସେ ସବୁ କଟକଣା ମୁକ୍ତ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.