ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୬-୨୦୨୧
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ସ୍ବାମୀ-ସ୍ତ୍ରୀଙ୍କ ଝଗଡାରୁ ନିର୍ମମ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ବଚସାର ସମାଧାନ ନହେବାରୁ ଯୁକ୍ତିତର୍କ ବଢିବାରୁ ସ୍ବାମୀ ସ୍ତ୍ରୀର ତଣ୍ଟିକୁ ବିଦ୍ୟୁତ ତାରରେ ଚିପି ହତ୍ୟା କରିଛି ।

ସୂଚନାନୁଯାୟୀ, କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ଜୟରାମ ମାଝୀ ଓ ତାଙ୍କ ସ୍ତ୍ରୀ ଉର୍ମିଳା ମାଝୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା। ଗତ କିଛି ଦିନ ହେବ ଉର୍ମିଳା ନିଜ ସ୍ୱାମୀଙ୍କ ନିର୍ଯାତନା ସହିନପାରି ନିଜ ପରିବାର ଲୋକଙ୍କୁ ଜଣାଇଥିଲା ।ଉର୍ମିଳାଙ୍କ ପରିବାର ଲୋକ ଓ ଜୟରାମଙ୍କ ପରିବାର ଗାଁରେ ଏକ ବୈଠକ କରି ଝଗଡାର ସମଧାନ କରିଥିଲେ ।
ହେଲେ ଏହି ଝଗଡା ସମଧାନ ନହେବା ଯୋଗୁ ଥାନାରେ ଆଶ୍ରୟ ନିଆଯାଇଥିଲା ।ଗତ ବିଳମ୍ବିତ ରାତି ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିବା ବେଳେ ଏହି ଝଗଡା ଉଗ୍ର ରୂପ ନେଇଥିଲା । ଜୟରାମ ବିଦ୍ୟୁତ ତାରରେ ଉର୍ମିଳାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ଜୟରାମ ମାଝୀଙ୍କୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
