ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୪-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ନିମ୍ନ ମାନର ଔଷଧକୁ ନେଇ ରୋଗୀଙ୍କ ଭିତରେ ବଢୁଛି ଭୟ ।ଦେଶରେ କରୋନା ସମୟରେ ସବୁ ପରିବାର ଭିତରେ ଭିଟାମିନ, କାଶ ସିରାପ, ଥଣ୍ଡା ଜ୍ଵର ପାଇଁ ଔଷଧକୁ ଭରସା ରଖି ଔଷଧ ଦୋକାନୀ ମାନଙ୍କ ଠାରୁ ଔଷଧ କ୍ରୟ କରିଥାନ୍ତି | କିଛିଦିନ ପୂର୍ବରୁ ଓଡିଶାର ବହୁତ ନୂଆ କମ୍ପାନି ମାନଙ୍କର ଔଷଧ ଓଡିଶା ବଜାରକୁ ଆସିଥିବା ନେଇ ଖବର ପ୍ରସାରଣ ପରେ ସମସ୍ତଙ୍କ ଭିତରେ ଏକ ଆତଙ୍କ ଖେଳି ଯାଇଛି ।
ଆଦିବାସୀ ବହୁଳ ମୟୂରଭଞ୍ଜର ବିଭିନ୍ନ ଗାଁ ଗଣ୍ଡାରେ ଛୋଟ ବଡ ବହୁତ ଔଷଧ ଦୋକାନ ଖୋଲିଥିବାର ଦେଖିବାକୁ ମିଳିଛି | ସେମାନଙ୍କର ଔଷଧ ଯେ ଅସଲି କି ନକଲି ତାହା ରୋଗୀ କିମ୍ବା ତା ସମ୍ପର୍କୀୟ ଜାଣିବା ମୁସ୍କିଲ ଅଟେ । ଏକହଜାରରୁ ବେଶି ଔଷଧ ଦୋକାନ ମୟୂରଭଞ୍ଜର ସଦର ବାରିପଦାର ଚାରୋଟି ଉପଖଣ୍ଡ ଓ ବିଭିନ୍ନ ଗାଁ ମାନଙ୍କରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖି ଔଷଧ କେନ୍ଦ୍ର ମାନ ଖୋଲାଯାଇଛି ।

ବିଶେଷ କରି ମୟୂରଭଞ୍ଜ ବଜାର, କଟକ, ଭୁବନେଶ୍ଵର ଓ ବାଲେଶ୍ଵରରୁ ଦିନକୁ କୋଟି କୋଟି ଟଙ୍କାର ଔଷଧ ଆସୁଅଛି । ସେହି ଔଷଧ ଗୁଡିକ ଚାରୋଟି ଉପଖଣ୍ଡ ଓ ବାରିପଦାରେ ବିକ୍ରି ହୋଇଥାଏ। ଗ୍ରାମାଞ୍ଚଳରେ ଔଷଧ ଦୋକାନୀ ମାନେ ଦୋକାନ ଚଳାଇବା ପାଇଁ ଉପଖଣ୍ଡ କିମ୍ବା ବାରିପଦାରୁ ଔଷଧ ଆଣି ଗ୍ରାମାଞ୍ଚଳର ରୋଗୀ ମାନଙ୍କୁ ରୋଗରୁ ମୁକ୍ତ କରିବା ନିମନ୍ତେ ଔଷଧ ଦେଇଥାନ୍ତି ।
ବର୍ତମାନ ବର୍ଷା ଦିନ ଆସିଲାଣି ତଥାପି ପ୍ରବଳ ଗରମ ଥିବା ଯୋଗୁଁ ଯୁବକ, ମହିଳା, ବୟସ୍କ ଓ ଶିଶୁମାନଙ୍କ ମଧ୍ୟରେ ଥଣ୍ଡା ଜ୍ଵର, କାଶ, ବାନ୍ତି ଓ ଝାଡା ଇତ୍ୟାଦି ଦେଖାଦେଉଛି । ସେମାନଙ୍କ ରୋଗ ଭଲ ହେବା ପରିବର୍ତେ ଅସୁସ୍ଥତା ଦୀର୍ଘଦିନ ଲାଗିରହୁଛି , ଯାହାଫଳରେ ରୋଗୀମାନଙ୍କର ଔଷଧ ସେବନକୁ ନେଇ ସେମାନଙ୍କ ପରିବାର ଓ ରୋଗୀଙ୍କ ଭୟ ଦୁଇ ଗୁଣିତ ହେଇଯାଉଛି ।
ନକଲି ହାବିଫିରାବିବ ଓ ଭିଟାମିନ ଔଷଧ ସେବନ ଫଳରେ ରୋଗୀ ରୋଗରୁ ମୁକ୍ତ ହୋଇପାରୁ ନାହିଁ । ଏ ସମୟରେ ନକଲି ଔଷଧର ଖବରକୁ ନେଇ ଲୋକଙ୍କ ମନରେ ଭୟ ବଢି ଚାଲିଛି । ମୟୂରଭଞ୍ଜର ଡ୍ରଗ ଇନ୍ସପେକ୍ଟରଙ୍କ ତରଫରୁ ଉପଖଣ୍ଡରେ ବିଭିନ୍ନ ଔଷଧ ବିକ୍ରି କରୁଥିବା ଔଷଧ ଦୋକାନୀ ମାନଙ୍କ ଉପରେ ଚଢାଉ କରିବାର ଆବଶ୍ୟକତା ରହିଛି।

ମୟୂରଭଞ୍ଜ ପ୍ରଶାସନ ତରଫରୁ ସବ୍ଡିଭିଜନ ସ୍ତରୀୟ ଏକ ଯାଞ୍ଚ କମିଟି ଗଠନ କରାଯାଇ ବାରମ୍ବାର ଚଢାଊ ଜାରି ରହିଲେ ମୟୂରଭଞ୍ଜକୁ ଆସିଥିବା ନିମ୍ନ ମାନର ଔଷଧ କିମ୍ବା ମାନଯୁକ୍ତ ଔଷଧ ଧରା ପଡ଼ିପାରନ୍ତା । ଯାହା ଦ୍ଵାରା ରୋଗୀ ମାନଙ୍କ ଔଷଧର ଔଷଧୀୟ ଗୁଣ ଉପରେ ଥିବା ବିଶ୍ୱାସ ଭାଙ୍ଗି ନଯାଉ।
ଏହି କରୋନା ସମୟରେ ଯଦି ରୋଗୀର ଔଷଧ ଉପରେ ଥିବା ଦୃଢ ବିଶ୍ବାସ ବୃଦ୍ଧି ପାଇ ପାରନ୍ତା ଓ ନକଲି ଔଷଧ କାରବାର ବନ୍ଦ କରାଯାଇ ପାରନ୍ତା ତାହେଲେ ରୋଗୀ ରୋଗରୁ ଜଲଦି ଭଲ ହୋଇପାରନ୍ତା। ଯାହାକୁ ନେଇ ବୃଦ୍ଧି ଜିବୀ ମାନେ ଏହାର ସତ୍ୟା ସତ୍ୟ ନିମନ୍ତେ ଦାବି କରୁଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia