News portal website
before header
[URIS id=5393]

ବଢ଼ୁଛି ତୈଳ ଦର, ଡିଜେଲ ଦାମ ଛୁଇଁଲା ୧୦୦

0 340

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୧୨-୦୬-୨୦୨୧

ଦେଶରେ ତୈଳଦର ନିୟନ୍ତ୍ରଣ ବାହାରକୁ ଗଲାଣି । ସାରା ଦେଶରେ ଏଥିପାଇଁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ପଇସା ବୃଦ୍ଧି ପାଇଛି । ତେବେ ଏହାକୁ ମିଶାଇ ପେଟ୍ରୋଲ ଲିଟରକୁ ୯୬ଟଙ୍କା ୧୨ପଇସା ହୋଇଥିବା ବେଳେ ଡିଜେଲ ଦର ୮୬ଟଙ୍କା ୯୮ପଇସା ରହିଛି ।

ତେବେ ସେପଟେ ରାଜସ୍ଥାନରେ କିନ୍ତୁ ଡିଜେଲ ଲିଟର ପିଛା ୧୦୦ଟଙ୍କାରେ ପହଞ୍ଚିଛି । ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏପରି ବଢ଼ିବାରେ ଲାଗିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ୯୬.୧୨ ଓ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କା ରହିଛି । କୋଲକତାରେ ପେଟୋଲ ଲିଟର ପିଛା ୯୬.୦୬ ଓ ଡିଜେଲ ୮୯.୮୩ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୨.୩୦ ଓ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ସେହିଭଳି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୭.୪୩ ରହିଥିବା ବେଳେ ଡିଜେଲ ୯୧.୬୪ ଟଙ୍କା ରହିଛି ।ଜୟପୁର ପେଟ୍ରୋଲ ୧୦୨.୭୩ ଓ ଡିଜେଲ ୯୫.୯୨ ଟଙ୍କା । ଭୋପାଳ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୦୪.୨୯ ଟଙ୍କା ବିକ୍ରି ହେଉଥିବା ବେଳେ ଡିଜେଲ ୯୫.୬୦ ଟଙ୍କା ରହିଛି । ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୩.୪୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୭.୪୬ ଟଙ୍କା ରହିଛି ।

ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଲଦାଖରେ ପେଟ୍ରୋଲ ଲିଟର ପିଛା କିଛିଦିନ ହେବ ୧୦୦ ଟଙ୍କା ପାର କରିଥିବା ବେଳେ ଆଜି ରାଜସ୍ଥାନରେ ଡିଜେଲ ବି ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ୧୦୭ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୦୫ ଟଙ୍କା ରହିଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅନ୍ୟପଟେ ଡିଜେଲ ଓ ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରିୟଙ୍କା ଗାନ୍ଧୀ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେତେବେଳେ ଦେଶବାସୀ ବିପଦରେ ଅଛନ୍ତି, ଲୋକ ରୋଜଗାର ହରାଇ ଆର୍ଥିକ ସଂକଟ ଭିତରେ ଗତି କରୁଛନ୍ତି ସେତେବେଳେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ୨.୫ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.