ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୧୦-୦୬-୨୦୨୧
ବାତ୍ୟା ୟାସ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ସବସିଡି ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟରକୁ ୧୩, ୫୦୦ ଟଙ୍କା ମିଳିବ। ବାରମାସୀ ଫସଲ ଜମି ପାଇଁ ହେକ୍ଟର ପିଛା ମିଳିବ ୧୮ ହଜାର ଟଙ୍କା ମିଳିବ। ଏବଂ ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ଫସଲ ପାଇଁ ୧ ହଜାର ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଜିଲ୍ଲାର ଚାଷୀଙ୍କୁ ଏବେ ମିଳୁଥିବା ରିହାତି ସହ ୨୫% ଅଧିକ ରିହାତି ମିଳିବା ନେଇ ମଧ୍ୟ ସୂଚନା ରହିଛି ।
ଏବଂ ୫ଶହ କୋଟିର କେନ୍ଦ୍ରୀୟ ସହାୟତା ପୂର୍ବରୁ ମିଳି ଥିବା ସୂଚନା ମଧ୍ୟ ରହିଛି । ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପଟେ ବାତ୍ୟା ମୁକାବିଲା ନେଇ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

