କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୦-୦୬-୨୦୨୧
କଟକ କାଠଗଡ଼ାସାହି ର ବିଷ୍ଣୁପ୍ରିୟା ସ୍ୱାଇଁ ଏବେ କଟକ ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ ଭବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ସେ କଟକ ର ପ୍ରଥମ ଅନ୍ଲାଇନ୍ ଫୁଡ୍ ଡେଲିଭରି ଗାର୍ଲ ହେବା ସହ ଶୈଳବାଳା ମହିଳା ମହାବିଦ୍ୟାଳୟ ର ଜଣେ ମେଧାବୀ ଛାତ୍ରୀ ମଧ୍ୟ। ତେବେ ଏତେ କମ୍ ବୟସରୁ ପାଠପଢା ସହ ରୋଜଗାର କରି ନିଜ ପରିବାରର ବାରଣପୋଷଣ ର ସମସ୍ତ ଦାୟିତ୍ଵ ତୁଲାଉଛନ୍ତି। ସେ ଜୋମାଟୋ ରେ ପାର୍ଟ ଟାଇମ୍ ଜବ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ତାଙ୍କର ଏହି ଉଦ୍ୟମ କୁ ଆହୁରି ପ୍ରୋତ୍ସାହନ ଦେବାପାଇଁ ବିଜେପି ଯୁବନେତା ଗଗନ ଓଝା ଙ୍କ ଦ୍ଵାରା ସେ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ସୁକୁମାର ମହାପାତ୍ର, ବିଶ୍ଵବନ୍ଧୁ ପଣ୍ଡା, ପବନ ଓଝା, ଯତୀନ ମହାପାତ୍ର, ଓ ବିଶ୍ୱରଞ୍ଜନ ସ୍ଵାଇଁ ପ୍ରମୂଖ ଉପସ୍ଥିତ ଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
