News portal website
before header
[URIS id=5393]

ୟୁଜି ଓ ପିଜି ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ

0 223

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୯-୦୬-୨୦୨୧

ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର କରିବା ପାଇଁ ଆସନ୍ତା ଜୁନ ୧୨ ତାରିଖରେ କୂଳପତିମାନଙ୍କ ବୈଠକ ଡକାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଲକଡାଉନ ସମୟରେ କିପରି ଥିଲା ଅନଲାଇନ ଶିକ୍ଷାଦାନ, ତାହାର ଫିଡବ୍ୟାକ ନିଆଯିବ।

ତାକୁ ଆଧାର କରି ୟୁଜି ଓ ପିଜି ପରୀକ୍ଷା ପାଇଁ କୁଳପତିମାନେ ମତାମତ ଦେବେ। ଏହାପରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ବୈଠକ ବସି ସମାନ ମତାମତ ନେବେ ଉଚ୍ଚଶିକ୍ଷା ମନ୍ତ୍ରୀ। ସବୁ ମତାମତକୁ ତର୍ଜମା କରିବା ସହ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ କି ଅଫ୍‌ଲାଇନ୍‌ ପରୀକ୍ଷାର ନିଷ୍ପତ୍ତି ଆସିବ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଗତ ବର୍ଷ ସଂକ୍ରମଣ ଯୋଗୁ ୟୁଜି ଓ ପିଜି ପରୀକ୍ଷା ବାତିଲ ନେଇ ପ୍ରଥମେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ପରୀକ୍ଷା କରିବା ଦିଗରେ ମତ ଦେଲେ। ଯେଉଁଥି ପାଇଁ ୟୁଜିସି ପରୀକ୍ଷା କରାଇବାକୁ ସମସ୍ତ ରାଜ୍ୟଙ୍କୁ ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି ପିଜି ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନରେ ହୋଇଥିଲା।

ହେଲେ ୟୁଜି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ପାଠପଢ଼ାରେ ଇଣ୍ଟରନେଟ ସମସ୍ୟା ଦେଖା ଦେଇଥିଲା। ସେମାନଙ୍କ ପରୀକ୍ଷା ଅଫ୍‌ଲାଇନ୍‌ ମୋଡରେ ହୋଇଥିଲା। ଚଳିତ ଥର ୟୁଜିସି କୌଣସି ସ୍ପଷ୍ଟ ନିର୍ଣ୍ଣୟ ନ ଶୁଣାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ଓ ଛାତ୍ରଛାତ୍ରୀମାନେ ଆଶଙ୍କାରେ ଦିନ କାଟୁଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.