News portal website
before header
[URIS id=5393]

ସାବିତ୍ରୀ ସ୍ପେଶାଲ ‘ମୋ ଭାଇ’ ଆପ୍

0 310

କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା – ୦୭-୦୬-୨୦୨୧


କିଛିଦିନ ପରେ ଆସୁଛି ସାବିତ୍ରୀ ବ୍ରତ। କିନ୍ତୁ ଲକ୍ ଡାଉନ୍ ବଢ଼ାଉଛି ମହିଳା ମାନଙ୍କ ର ମୁଣ୍ଡ ବିନ୍ଧା। ବନ୍ଦ ବାନ୍ଦ ଭିତରେ କେମିତି ଜିନିଷ କିଣି ବ୍ରତ ପାଳନ କରିବେ ତାହା ହେଉଛି ବଡ ଚିନ୍ତା। ତେବେ ଏହି ସମସ୍ୟା କୁ ହଟାଇବାକୁ ଆସିଛି ଗୋଟିଏ ସ୍ଵତନ୍ତ୍ର ଆପ୍।ଆପ୍ ଟି ର ନାଁ ହେଉଛି “ମୋ ଭାଇ” ଆପ୍। ଏହି ଆପ୍ ମାଧ୍ୟମରେ ମହିଳାମାନେ ଘରେ ବସି, ପୂଜା ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ସୁବିଧାରେ ପାଇପାରିବେ। ଏହି ନିଆରା ଆପ୍ ଟି କୁ ଆଣିଛନ୍ତି ରାଜଧାନୀ ର ଜ୍ଯୋତିରଞ୍ଜନ ସାହୁ। ସାବିତ୍ରୀ ବ୍ରତ ପାଇଁ କିପରି ମହିଳା ମାନେ ସୁରଖୁରରେ ସବୁ ଜିନିଷ ପାଇପାରିବେ ସେଥିପ୍ରତି ଦୃଷ୍ଟି ରଖି ଭୁବନେଶ୍ବର, କଟକ ଓ ବାଲେଶ୍ଵର ରେ ଏହି ସେବା ସେ ଯୋଗାଉଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଅର୍ଡର କରିବାର ଚବିଶି ଘଣ୍ଟା ମଧ୍ୟରେ ଘରେ ଆସି ପହଁଞ୍ଚିବ ଜିନିଷ। ବିନା କୌଣସି ଅସୁବିଧାରେ ଜିନିଷ ଯୋଗାଇବା ସହ ରୋଜଗାର ଯୋଗାଇବା ପାଇଁ ସେ ତିରିଶ ଜଣ ରୁ ଅଧିକ ପିଲାଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଜ୍ଯୋତିରଞ୍ଜନ। ଭୁବନେଶର, ନୟାପଲ୍ଲୀ ର ବାସିନ୍ଦା ଲକ୍ଷ୍ମୀଧର ସାହୁ ଓ ବାସନ୍ତୀ ସାହୁ ଙ୍କ ପୁଅ ଜ୍ଯୋତିରଞ୍ଜନ ସାହୁ ଙ୍କୁ ମାତ୍ର ୨୫ ବର୍ଷ ବୟସ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ର ଛାତ୍ର। ତାଙ୍କର ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ମଧ୍ୟ ଅଛି। ଗତ ଚାରି ବର୍ଷ ରୁ ହଷ୍ଟେଲ୍ ମାନଙ୍କୁ ଅନଲାଇନ୍ ମାଧ୍ୟମରେ ଖାଇବା ଯୋଗାଇ ଆସୁଛନ୍ତି ସେ।

ଚଳିତବର୍ଷ ସାବିତ୍ରୀ ପାଇଁ ସେ ଦୁଇଟି ପ୍ୟାକେଜ ଆଣିଛନ୍ତି, ଯାହାର ମୂଲ୍ୟ ରହିଛି, ପାଞ୍ଚଶହ ରୁ ହାଜର ଟଙ୍କା। ପାଞ୍ଚଶହ ଟଙ୍କା ପ୍ୟାକେଜ ରେ ରହିଛି, ପାଞ୍ଚ ପ୍ରକାରର ଫଳ ଯେପରି ଆମ୍ବ ଗୋଟିଏ କେଜି, ଅଙ୍ଗୁର ଅଧା କେଜି, ଗୋଟିଏ ନଡ଼ିଆ, ଅଧା କେଜି ସେଓ, ଛଅଟି କଦଳୀ, ଖଜୁରୀ, ସୁପାରି ସାଗୁ ଏବଂ ଅଧା କେଜି ମିଶ୍ରି ସହ ଦର୍ପଣ, ସିନ୍ଦୂର, ଅଳତା, ଟିକିଲି, ସଂଖା ଓ ସାବିତ୍ରୀ ବ୍ରତ ବହି।ହାଜର ଟଙ୍କା ପ୍ୟାକେଜ ରେ ରହିଛି, ସାତୋଟି ପ୍ରକାରର ଫଳ ସହ ଦର୍ପଣ, ସଂଖା ଇତ୍ହାଦି ରଖାଯାଇଛି। ତେବେ ଅର୍ଡର ର ଶେଷ ଦିନ ଚଳିତ ମାସ ଆଠ ତାରିଖ ରହିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.