ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୫-୦୬-୨୦୨୧
ବିନା ଭକ୍ତରେ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି) ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାକୁ ଅନୁମତି ଦିଆ ଯାଇଛି । ଏଥର ମହାଦେବ ଓ ପାର୍ବତୀଙ୍କ ବିବାହ ସମୟରେ ଏହି ୭ ଜଣିଆ ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ମନ୍ଦିର ପ୍ରଶାସନ ବିଏମ୍ସିକୁ ଜଣାଇବ।
ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ଏବଂ ଅଂଶ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦ୍ୟ ଉପକରଣ ତା’ ସହ ଶୋଭାଯାତ୍ରା ହେବନାହିଁ । ସମସ୍ତ ନୀତି ପାଳନ ବେଳେ ମାସ୍କ ଓ ସାମାଜିକ ଦୂରତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।
ଆଜିଠୁ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ଆରମ୍ଭ ହେବ। ୪୨ ଦିନ ବ୍ୟାପୀ ଚନ୍ଦନଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେବ। ୨୧ ଦିନ ବାହାର ଚନ୍ଦନ ଯାତ୍ରା ସରିବା ପରେ ଶ୍ରୀମନ୍ଦିର ଭିତରେ ଚନ୍ଦନ ନୀତି ହେବ। ଜାତ ଭୋଗ ସହ ମଧ୍ୟାହ୍ନ ଧୂପ ଆଜି ଏକାଠି ଉଠିବ।
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

