କଟକ/ଅଷ୍ଟିନ୍ ନ୍ୟୁଜ

୦୪-୦୬-୨୦୨୧
କଟକ ଜଗତପୁର ନିକଟସ୍ତ ଗୋଲେଇ ଛକ ପେଟ୍ରୋଲ ପମ୍ପ ଠାରେ ଦୁଇଜଣ ଲୋକ ଗାଡିରେ ତେଲ ପକାଇବାକୁ ଆସି ସେଠାରେ ଅନ୍ୟ ଜଣେ ଗ୍ରାହକଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରିଥିଲେ। ତା ସହ ପେଟ୍ରୋଲ ପମ୍ପର ମ୍ୟାନେଜର ଓ କର୍ମଚାରୀ ଙ୍କ ସହିତ ମଧ୍ୟ ଗଣ୍ଡଗୋଳ କରିବା ସହ ଅନେକ୍ ମୂଲ୍ୟବାନ୍ ଜିନିଷ ଭଙ୍ଗାରୁଜା କରିଥିଲେ। ଏହାପରେ ତାଙ୍କୁ ଜିରାଫ କରାଯାଇଥିଲା।

ଗିରଫ୍ ହୋଇଥିବା ଦୁଇଜଣ ହେଇଛନ୍ତି, ଜଗତପୁର ନ୍ୟୁ ତରୋଳ ଅଞ୍ଚଳର ଲିପୁ ପଲ୍ଲାର (୨୯) ଏବଂ ସୂରଜ ସେଠି (୨୯)।
ଏହି ଦୁଇଜଣ ଅଭିଯୁକ୍ତ ଗତ କାଲି ନିଜ ଗାଡିରେ ପେଟ୍ରୋଲ ପକାଇବାକୁ ଆସି କୌଣସି କରଣରୁ ସେଠାରେ ଉପସ୍ଥିତ ଅନ୍ୟ ଜଣେ ଗ୍ରାହକଙ୍କ ସହ ପାଟିତୁଣ୍ଡ କରିଥିଲେ। ପେଟ୍ରୋଲ ପମ୍ପ ର ଅଧିକାରୀ ମାନେ ଗଣ୍ଡଗୋଳକୁ ରୋକିବାକୁ ଯାଇ ଆକ୍ରମଣ ର ଶିକାର ହୋଇଥିଲେ। ପେଟ୍ରୋଲ ପମ୍ପ ମ୍ୟାନେଜର ପ୍ରମୋଦ କୁମାର ପାଢ଼ୀ ପରିସ୍ତିତି କୁ ଆୟତ କରିବା କୁ ଚେଷ୍ଟା କରିବା ବେଳେ ଏହି ଦୁଇ ଅଭିଯୁକ୍ତ ମେଶିନ ଏବଂ ଅନ୍ୟ ଜିନିଷ ଗୁଡିକୁ ଏକ ସବଳର ସହାୟତାରେ ପିଟି ପିଟି ଭାଙ୍ଗି ଦେଇଥିଲେ। ପେଟ୍ରୋଲ ପମ୍ପ ମ୍ୟାନେଜର ଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ କୁ ଚାଲାଣ କରିଥିବା ସୁଚନା ମିଳିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
