ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୪-୦୬-୨୦୨୧
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବା ଜଣାପଡିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭,୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।ସେମାନଙ୍କ ମଧ୍ୟରେ ୪୩୩୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବାବେଳେ ୩୩୯୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଆଜି ଅନୁଗୁଳରୁ ୪୪୯, ବାଲେଶ୍ୱରରୁ ୪୨୬, ବରଗଡରୁ ୧୮୯, ଭଦ୍ରକରୁ ୨୮୭, ବଲାଙ୍ଗୀରରୁ ୬୧, ବୌଦ୍ଧରୁ ୧୨୮, କଟକରୁ ୭୨୦, ଦେବଗଡ଼ରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତିରୁ ୬୮, ଗଞ୍ଜାମରୁ ୧୫୩, ଜଗତସିଂହପୁରରୁ ୨୫୫, ଯାଜପୁରରୁ ୩୮୮, ଝାରସୁଗୁଡ଼ାରୁ ୭୧, କଳାହାଣ୍ଡିରୁ ୧୬୭, କନ୍ଧମାଳରୁ ୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେହିପରି କେନ୍ଦ୍ରାପଡାରୁ ୨୨୩, କେନ୍ଦୁଝରରୁ ୧୬୬, ଖୋର୍ଦ୍ଧାରୁ ୧୦୬୨, କୋରାପୁଟରୁ ୧୮୫, ମାଲକାନଗିରିରୁ ୧୦୪, ମୟୂରଭଞ୍ଜରୁ ୪୪୨, ନବରଙ୍ଗପୁରରୁ ୨୧୯, ନୟାଗଡ଼ରୁ ୨୧୯, ନୂଆପଡାରୁ ୪୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ସମ୍ବଲପୁରରୁ ୧୬୧, ସୋନପୁରରୁ ୬୧, ସୁନ୍ଦରଗଡରୁ ୨୭୦ ଓ ରାଜ୍ୟ ପୁଲରୁ ୧୮୮ ଜଣ ପଜିଟିଭ ରହିଛନ୍ତି ।
ଆଜିର ନୂତନ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୯୮୬୯୯କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୨୬୭୯ଟି ସକ୍ରିୟ ମାମଲା ରହିଥିବାବେଳେ ୭୧୩୦୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଯାବତ ୧୨୦୪୦୮୩୦ କରୋନା ନମୁନା ଯାଞ୍ଚ ହୋଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
