News portal website
before header
[URIS id=5393]

ନେସଲେର ଷାଠିଏ ପ୍ରତିଶତ ଖାଦ୍ୟ ଅସ୍ବାସ୍ଥ୍ୟକର!

0 599

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍

Notice

ତା-୦୨-୦୬-୨୦୨୧

ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କମ୍ପାନୀ ସ୍ୱୀକାର କରିଛି।

ନେସଲେ କମ୍ପାନୀ ଭାରତରେ କିଟକାଟ୍ ଚକୋଲେଟ, ଆଇସ କ୍ରିମ୍, ଦୁଗ୍ଧ ଜାତ ସାମଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। ବିଶ୍ୱରେ ନେସଲେ ଏକ ବଡ଼ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ। କମ୍ପାନୀର ଭାମମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ଭାବମୂର୍ତ୍ତି ସଜାଡିବାକୁ ପ୍ରୟାସ କରିଛି ଏହି କମ୍ପାନୀ। ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା।

କମ୍ପାନୀ କହିଛି ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ  ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ। କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.