ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୨-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ଉଦଳା ବାରିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମରେ ଦାବି ଜଣାଇଲେ । ଆଜି ଓଡ଼ିଶାରେ ଲକ ଡାଉନ ହେବା ଫଳରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଅଛି । ଛୋଟ ଛୋଟ ବ୍ୟବସାୟ କରୁଥିବା ଲୋକଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି ।ପରିବାରର ଭରଣପୋଷଣ ପାଇଁ ଜୀବିକା କିମ୍ବା କୌଳିକ ବୃତ୍ତିରେ ବାଧା ଉପୁଜିଥିବାରୁ ପରିବାର ଭିତରେ ମାନସିକ ଚାପ ସହ ଆର୍ଥିକ ଅନାଟନ ଦେଖିବାକୁ ମିଳିଲାଣି ।

ଲକଡାଉନ ଫଳରେ ସେଲୁନ ଗୁଡିକ ବନ୍ଦ ରହିବା ଯୋଗୁଁ ବାରିକ ମାନଙ୍କର ଅଭାବ ଦେଖାଦେଇଛି । ଆଜି ସକାଳେ କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ବାରିକ ସଂଘ ତରଫରୁ ଏକ ଦାବି ପତ୍ର ଦିଆଯାଇଛି । ଏହି ଦାବି ପତ୍ର ରେ ସେମାନଙ୍କ ଚଳନି ଓ ଜୀବନଯାତ୍ରା ଉପରେ ବାଧା ଆସୁଛି । ସରକାରଙ୍କ ତରଫରୁ ଲକଡାଉନ ସମୟରେ ସାହାଯ୍ୟ ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ।

ଉଦଳାରେ ୫୦ରୁ ଉର୍ଦ୍ଧ୍ବ ସେଲୁନ କୋଭିଡ଼ କଟକଣା ରେ ବନ୍ଦ ଅଛି ତତସହ ସେଥିରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ମଧ୍ୟ ରୋଜଗାର ନପାଇ ହତାଶ ରେ ବସି ଅଛନ୍ତି ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେଲୁନ ମାଲିକ ଓ କର୍ମଚାରୀ ମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ।ଉକ୍ତ ଦାବି ପତ୍ର ରେ ସନ୍ତୋଷ କୁମାର ବାଛିନି ,ଗଣେଶ୍ୱର ବାରିକ , ଅଜୟ କୁମାର ବାରିକ ,ବସନ୍ତ କୁମାର ବେଜ ,ପ୍ରତାପ ଚନ୍ଦ୍ର ବାରିକ ଓ ବେଣୁଧର ବାରିକ ସହ ବହୁତ କର୍ମଜୀବୀ ବାରିକମାନେ ଏହି ଦାବି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
