News portal website
before header
[URIS id=5393]

ଓଡ଼ିଶାରେ ଖସୁଛି କରୋନା ଗ୍ରାଫ

0 206

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୯-୦୫-୨୦୨୧

ରାଜ୍ୟରେ ଆଜି ବି ୧୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୭,୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୦୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ଟସ୍‌ ୩୧୬୨ ରହିଛି।ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୬୮୬ରେ ପହଞ୍ଚିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୯୦, ଅନୁଗୋଳରୁ ୫୧୫ ଓ ପୁରୀରୁ ୪୫୭ ଜଣ ଚିହ୍ନଟ ହୋଇଛନ୍ତି।ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୭୧, ଭଦ୍ରକରୁ ୮୯, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୨୫୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୨୫୫, ଗଜପତିରୁ ୧୦୬, ଗଞ୍ଜାମରୁ ୧୬୩, ଜଗତସିଂହପୁରରୁ ୧୫୪, ଯାଜପୁରରୁ ୪୦୬, ଝାରସୁଗୁଡ଼ାରୁ ୧୧୪, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୫୪, କେନ୍ଦ୍ରାପଡ଼ାରୁ ୭୫, କେନ୍ଦୁଝରରୁ ୫୭, କୋରାପୁଟରୁ ୨୦୨, ମାଲକାନଗିରିରୁ ୯୨, ମୟୂରଭଞ୍ଜରୁ ୩୨୦, ନବରଙ୍ଗପୁରରୁ ୨୧୬, ନୟାଗଡ଼ରୁ ୨୪୨, ନୂଆପଡ଼ାରୁ ୬୨, ରାୟଗଡ଼ାରୁ ୧୬୫, ସମ୍ବଲପୁରରୁ ୧୨୦, ସୋନପୁରରୁ ୧୨୯ ଓ ସୁନ୍ଦରଗଡ଼ରୁ ୧୭୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ପୁଲ୍‌ରୁ ୨୩୭ ଜଣ ଚିହ୍ନଟ ହୋଇଛନ୍ତି।


ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୪୭,୧୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୬,୪୭,୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୯୭, ୨୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

https://www.youtube.com/AustinNewsMedia

http://facebook.com/AustinNewsMedia
Leave A Reply

Your email address will not be published.