ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୭-୦୫-୨୦୨୧
ରାଜ୍ୟରେ ହଠାତ୍ ଆଜି କରୋନା ପଜିଟିଭଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଚିହ୍ନଣ ହୋଇଛନ୍ତି ୬ ହଜାର ୭୩୬ କେରୋନା ପଜିଟିଭ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ ବାହାରିଛନ୍ତି ୨୭୭୪ ଜଣ। ସେହିପରି ରାଜ୍ୟରେ ଆଜି ୩୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬୧୮ ଛୁଇଁଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ସର୍ବାଧିକ ଅନୁଗୁଳରୁ ୭୮୮ଚିହ୍ନଣଣ ହୋଇଛନ୍ତି । ଖୋର୍ଦ୍ଧାରୁ ବାହାରିଛନ୍ତି ୫୩୩ ଜଣ। ସେହିପରି ବାଲେଶ୍ୱରରୁ ୭୧ ଜଣ, ବରଗଡରୁ ୪୦୫ ଜଣ, ଭଦ୍ରକରୁ ୨୦୬ ଜଣ, ବଲାଙ୍ଗିରରୁ ୧୪୪ ଜଣ, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେବଗଡରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତ୍ସିଂହପୁରରୁ ୧୦୬, ଯାଜପୁରରୁ ୩୭୪, ଝାରସୁଡାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ରୁ ୨୪, କେନ୍ଦୁଝରରୁ ୨୪, କୋରାପୁଟରୁ ୨୧୯, ମାଲକାନିରିରୁ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନପକ୍ଷେ ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାଗୟଡାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦ ଏବଂ ଷ୍ଟେଟପୁଲ୍ରୁ ଚିହ୍ନଟ ହୋଇଛନ୍ତି ୧୦୨ ଜଣ କରୋନା ରୋଗୀ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୪୪୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୨୩୬୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
https://twitter.com/AustinNewsMedia

