ଭୁବନେଶ୍ୱର

ତା-୨୬-୦୭-୨୦୨୦
ଅନ୍ ଲାଇନ୍ ପାଠ ପଢ଼ା ଯୋଗୁଁ ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବଢୁଛି ବୋଲି ଏକ ସର୍ଭେ ରିପୋର୍ଟ ଆସିଛି। କରୋନା ମହାମାରୀ ପାଇଁ ବିଦ୍ୟାଳୟରେ ପାଠପଢ଼ା ବନ୍ଦ । ଏଥିପାଇଁ ସରକାର ଅନ୍ ଲାଇନ୍ ପାଠପଢ଼ାକୁ ଆପଣାଇ ନେଇଛନ୍ତି। ଏହାଦ୍ବାରା ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି।
ଅଧିକ ସମୟ ଧରି ମୋବାଇଲ୍ ସ୍କ୍ରିନକୁ ଦେଖିବା ଦ୍ବାରା ସେଥିରୁ ନିର୍ଗତ ବ୍ଲୁ-ଲାଇଟ୍ ରାଡିଏସନ୍ ଯୋଗୁଁ ଆଖି ସମସ୍ୟା, ମୁଣ୍ଡ ବ୍ୟଥା,ବେକ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଆସୁଛି। ଏପରି ଅନ୍ ଲାଇନ୍ ପାଠପଢ଼ା ଚାଲୁ ରହିଲେ ଆଗକୁ ବହୁ ସମସ୍ୟା ଦେଖାଦେବ। ତେଣୁ ଏହି ଦିଗରେ ଦ୍ରୁଷ୍ଟି ରଖିବା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ।
ମହାସଂଘର ଅଧ୍ଯକ୍ଷ ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି ଯେ ମାନବସମ୍ବଳ ବିକାଶ ବିଭାଗ କିଛି ନିୟମ ନକରି ତରବରିଆ ଭାବେ ଏକ ଗାଇଡ୍ ଲାଇନ୍ ଘୋଷଣା କଲେ। ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ମହାସଂଘ ନିବେଦନ କରିଛି। ଏହି ସମସ୍ୟାର ସମାଧାନ ହେଲେ ଦେଶର ୧୫କୋଟି ପିଲା ଅନ୍ ଲାଇନ୍ ଅସୁବିଧାରୁ ମୁକ୍ତ ହେବେ ବୋଲି ଅଧ୍ଯକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews
youtubeaustinnews
twitteraustinnews ରେଆମ ସହ ଯୋଡି ହୋଇ ରୁହନ୍ତୁ।
