ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୫-୨୦୨୧
ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା “ୟାସ୍ “। ଯାହା ଫଳରେ ଘର ଓ ଗଛ ଉପରେ ଚଢ଼ି ଭାଙ୍ଗି ଯାଇଥିବା ଅଂଶକୁ ହଟାଉଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ ।

ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍, ଏନଡିଆରଏଫର ୫୨ଟି ଟିମ୍ ଓ ଅଗ୍ନିଶମ ବାହିନୀର ଶହେରୁ ଅଧିକ ଟିମ୍ ମୁତୟନ ଅଛନ୍ତି ।ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଶୋଇ ଯାଇଛି ବଡ଼ ବଡ଼ ଗଛ ।

କେଉଁଠି ମୂଳ ମାଟିରୁ ଉପୁଡି ଯାଇଛି । ଲୋକଙ୍କ ଘରେ ଉପରେ ପଡ଼ିଛି ଗଛ । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଇଛି । ବଡ଼ ବଡ଼ ହୋର୍ଡିଂ ସବୁକୁ ଫିଙ୍ଗି ଦେଇଛି ପବନ ।ବାତ୍ୟା ଅପସରି ଯାଉଥିବା ବେଳେ ଜୋରଦାର ହୋଇଛି ପୁନରୁଦ୍ଧାର କାମ । ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ଗଛ ପଡ଼ିଥିବା ସ୍ଥାନରେ ସଫେଇକୁ ଜୋରଦାର କରିଛନ୍ତି ।

ଗଠ କାଟି ଅବରୋଧ ହଟାଉଛନ୍ତି । ନିୟୋଜିତ ଅଛନ୍ତି ଗଛ କଟାଳି ଟିମ୍ । ଅତ୍ୟାଧୁନିକ ସରଞ୍ଜାମ ଓ ଯନ୍ତ୍ରପାତି ଜରିଆରେ ପୁନରୁଦ୍ଧାର କାମ ଚାଲିଛି । କୋଭିଡ ଗାଇଡଲାଇନ୍ ଓ ସତର୍କତା ସହ ଚାଲିଛି ପୁନରୁଦ୍ଧାର କାମ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
