ନିଖିଳ ଓଡ଼ିଶା ସମାଜ ସେବା ଅନୁଷ୍ଠାନରେ କରୋନା ଓ ୟାସର ସଫଳ ମୁକାବିଲା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୬-୦୫-୨୦୨୧
ନିଖିଳ ଓଡ଼ିଶା ସମାଜ ସେବା ଅନୁଷ୍ଠାନ ମାନଙ୍କର କରୋନା ଓ ୟାସର ସଫଳ ମୁକାବିଲା ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ଅଭାସୀ ବୈଠକ ଅନୁଷ୍ଠିତ**”ଆମେ କେତେ ଦେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ,କିନ୍ତୁ ଆମର ସେହି ଦାନ କେତେ ସ୍ନେହ ଭରା ତାହା ଗୁରୁତ୍ୱପୂର୍ଣ୍ଣ” -ମଦର ଟେରେସା* ଆଜି ଦିନ ୧୨ ଘଟିକା ଗୁଗୁଲ ମିଟ ଜରିଆରେ ଓଡ଼ିଶା ରାଜ୍ୟର ପ୍ରାୟ ୫୦ ଟି ବିଭିନ୍ନ ଅଗ୍ରଣୀ ସମାଜ ସେବା ଅନୁଷ୍ଠାନ ପରସ୍ପରକୁ ସାହାଯ୍ୟ କିପରି କରାଯିବା ସହିତ ଜଣସାଧାରଣ ପାଖରେ କିପରି ସେବା ଯୋଗାଇହେବ ସେ ବିଷୟରେ ଆଲୋଚନା କରାଯାଇ ଥିଲା ।

ପ୍ରାରମ୍ଭରେ ସମସ୍ତ ମାନବପ୍ରେମୀ ମାନଙ୍କୁ ସ୍ଵାଗତ କରାଯାଇ ଥିଲା ।ସମସ୍ତେ ନିଜ ନିଜ ସଂସ୍ଥା ଓ ସ୍ଵ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ମନ୍ତବ୍ୟ ଉପସ୍ଥାପନ କରିଥିଲେ।କରୋନାର ଭୟାବହତା ସହ ୟାସ ବାତ୍ୟାର ପ୍ରକୋପ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେବ, ନିଶ୍ଚୟ !ତେଣୁ ଏପରି ଘଡିସନ୍ଧି ସମୟରେ ସମସ୍ତ ସାମାଜିକ ସେବା ସଂସ୍ଥାର କର୍ମକର୍ତ୍ତା,ସଦସ୍ୟ/ସଦସ୍ୟା ସତର୍କ ଏବଂ ସଚେତନ ରହିବା ଉଚିତ ।ଆମେ ପ୍ରଥମେ ନିଜେ ସୁସ୍ଥ ରହି,ନିଜକୁ ଓ ନିଜ ପରିବାରକୁ ସୁସ୍ଥ ଓ ସୁରକ୍ଷିତ ରଖି ସମାଜରେ ଅନ୍ୟ ମାନଙ୍କ ପାଇଁ କିଛି ନୂଆ କରି ଉଦାହରଣ ସୃଷ୍ଟି କରିପାରିବା।

ଏଥିପାଇଁ ଆମମାନଙ୍କୁ କିଛି ସ୍ୱାର୍ଥ ତ୍ୟାଗ କରିବାକୁ ପଡିବ।କାରଣ,କର୍ମ ହିଁ ଉପାସନା।ମାନବ ସେବା ହିଁ ମାଧବ ସେବା।ତେଣୁ,ବାତ୍ୟା ପ୍ରପୀଡ଼ିତ ଅଂଚଳର ନିକଟବର୍ତ୍ତୀ ଅଂଚଳରେ ଆମେ କୋଭିଡ-୧୯ ନିୟମ ଅନୁପାଳନ ପୂର୍ବକ ସ୍ୱତଃ ସହଯୋଗ କରିବା ଏବଂ ଆମ ଅନୁଷ୍ଠାନ ମାନଙ୍କ ତରଫରୁ ଅଵଶ୍ୟକ ସାହାଯ୍ୟ ସହଯୋଗ କରିବା ଏକାନ୍ତ ଜରୁରୀ ଅଟେ ।କାରଣ, ଆମ ଅନୁଷ୍ଠାନ ଗୁଡ଼ିକ ସେବା ଆଧାରଶିଳା ଉପରେ ଦଣ୍ଡାୟମାନ।
ତେଣୁ,କିଛି ନ ହେଲେ ନାହିଁ ବିସ୍କୁଟ, ଚୁଡା ,ଚିନି,ପାଣି ଏହିଭଳି କିଛିତ ଦେଇପାରିବା !!ଯିଏ ଯାହା ପାରିଲା ନିଜ ସକ୍ଷମତା ଅନୁସାରେ କିଛି ତ କରିପାରିବା !!!ଦୟାକରି,ସମସ୍ତ ସଂସ୍ଥାର ସହୃଦୟ କର୍ମକର୍ତ୍ତା ଏଥିପ୍ରତି ଧ୍ୟାନ ଦେବେ ବୋଲି ସମସ୍ତଙ୍କୁ ବିଶେଷ ଅନୁରୋଧ କରାଯାଇଥିଲା।ସେମାନେ ନିଜ ଅନୁଷ୍ଠାନକୁ ଲୋକାଭିମୁଖୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରି ପାରିବେ ବୋଲି ସଭିଙ୍କ ଉପରେ ଆଶା ଓ ବିଶ୍ୱାସ ପ୍ରକଟ କରାଯାଇଥିଲା।

ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କର ସମସ୍ୟା ସବୁର ସମାଧାନ କରି ନିଜ ନିଜର ସେବା ମନୋବୃତ୍ତିର ପରିଚୟ ଦେଇ ସମସ୍ତେ ଆତ୍ମସନ୍ତୋଷ ପାଇପାରିବେ ଓ ନିଜେ ଯେ ଅନ୍ୟମାନଙ୍କ ଠାରୁ ଅଲଗା ଏ କଥା ପ୍ରଦର୍ଶନ କରି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ଭାବରେ ନିଜକୁ ଦର୍ଶାଇ ପାରିବେ ବୋଲି ସମସ୍ତଙ୍କ ଠାରୁ ମତପ୍ରକାଶ ପାଇଥିଲା।ନିଜ ନିଜ ଅନୁଷ୍ଠାନର ମାନ୍ୟତା କିପରି ସରକାରଙ୍କ ପାଖରେ ସଠିକ ପ୍ରଦର୍ଶିତ ହୋଇପାରିବ ସେଥି ନିମନ୍ତେ ଆପ୍ରାଣ ଚେଷ୍ଟା କରାଯିବ ଓ ସମସ୍ତ ସମାଜ ସେବା ସଂସ୍ଥାର ସମସ୍ତ ସଦସ୍ୟା ସଦସ୍ୟ ମଧ୍ୟ କୋଭିଡ ଯୋଦ୍ଧାର ମାନ୍ୟତା ପାଇ ସରକାରଙ୍କ ପକ୍ଷରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ପାରିବେ ସେଥିପାଇଁ ଓଡ଼ିଶାର ରାଜ୍ୟ ଓ ଭାରତର କେନ୍ଦ୍ର ସରକାରଙ୍କ ନିକଟରେ ସମ୍ମିଳିତ ଦୃଢ଼ ଦାବୀ ଉପସ୍ଥାପନ କରିବାକୁ ଆଜିର ଆଲୋଚନାରେ ସର୍ବସମ୍ମତ ପ୍ରସ୍ତାବ ଆଗତ କରାଯାଇ ଗୃହୀତ ହୋଇଥିଲା।

ଏହି ଅଭାସୀ ବୈଠକରେ ଦିଲ୍ଲୀପ ପଟ୍ଟନାୟକ, ନିବେଦିତା ଭଞ୍ଜ, ସୁଜାତା ରାଣି କର, ପ୍ରଣବ କୁମାର ବିଶ୍ଵାଳ,ଡା. ଦେବୀ ପ୍ରସାଦ ମିଶ୍ର, ମନୋଜ କୁମାର ରାଉଳ, ଅମିୟ ଦାସ, ବଳରାମ ତରାଇ, ଅନୁସୃତା ସିଂ ଦେଓ, ରିଶିତା ସାମନ୍ତରାୟ, ପ୍ରଦୀପ ପାତ୍ର, ସନ୍ତୋଷ ପ୍ରଧାନ, ପ୍ରଭାକର ଦାସ, ପ୍ରମିଳା ସିଂହ, ପ୍ରମୋଦ ଦାସ, କଳ୍ପନା ନାହାକ, ମନୋରଞ୍ଜନ ଜେନା, ଶିବ ନାରାୟଣ ମିଶ୍ର, ସୁଶାନ୍ତ ପାତ୍ର, ଅପର୍ଣ୍ଣା ଦୀପ୍ତି ସିଂହ, ବିଜୟ କୁମାର ମଲ୍ଲିକ, ଦିପ୍ତିମୟୀ ଲେଙ୍କା,ଇଂ ସୌମ୍ୟବ୍ରତ ସାହୁ, ରାଜକିଶୋର ବେହେରା,ଡ଼ଃ ବିଶ୍ବରଂଜନ ପ୍ରଧାନ, ଲାବଣ୍ୟନ୍ଦୁ ମହାନ୍ତି, ସୁମିତ୍ରା ଆଚାର୍ଯ୍ୟ, ସୁଶାନ୍ତ ସାହୁ, ଜୀବନ ସାହା, ପ୍ରମତେଶ ମହାନ୍ତି, ବିଶ୍ବରଂଜନ ରାୟ, ଯୁଧିଷ୍ଟିର ମଲ୍ଲିକ, ଲଲିତ ଖୁଣ୍ଟିଆ ,ସୁକାନ୍ତ ସାହୁ, ସୁନିଲ ସ୍ୱାଇଁ, ସୁଶାନ୍ତ ପାତ୍ର,ଫିରୋଜ ସାହୁ,ମନୋଜସାହୁ,ଜୟପ୍ରକାଶ ମିଶ୍ର, ସୁନିଲମିତ୍ର, ନାରାୟଣ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ଵୀୟ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ।

ପରିଶେଷରେ ଏହି ଅଭାସୀ ଜରୁରୀ ବୈଠକର ଆବାହକ ନାରାୟଣ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା। ‘ଆବାହକ’ ନାରାୟଣ ମହାପାତ୍ର,ସମାଜ ସେବୀ । ଶହିଦ ନଗର,ଭୁବନେଶ୍ୱର, ଓଡ଼ିଶା, ଦୂରଭାଷ :୯୪୩୮୭୩୧୬୩୯ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
