ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୦-୦୫-୨୦୨୧
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଲିକ୍ଯୁଡ୍ ଅକ୍ସିଜୋନ୍ ପ୍ଳାଣ୍ଟ୍ କୁ ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ପ୍ଳାଣ୍ଟ୍ ଆଜିଠାରୁ କାର୍ଯ୍ଯକ୍ଷମ ହୋଇଛି ।ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏନେଇ କହିଛନ୍ତି ଯେ, ଏମକେସିଜି ମେଡିକାଲ ସହ ଦୁଇଟି କୋଭିଡ୍ ହସ୍ପିଟାଲ୍ ରୋଗୀ ଏହାର ସୁବିଧା ପାଇପାରିବେ ।

ମେଡିକାଲ ସୁପରିଟେଣ୍ଡେଣ୍ଟ ଏଥର ଅକ୍ସିଜେନର ଭଲ ସୁବିଧା ପାଇ ପାରିବେ ଆଶା ରଖିଛନ୍ତି। କରୋନା ଭଳି ଦୁଃସ୍ଥିତି ସମୟରେ ଏମ୍ କେ ସି ଜି ମେଡିକାଲ ରେ ଏଭଳି ଅକ୍ସିଜୋନ୍ ପ୍ଳାଣ୍ଟ୍ ସ୍ଥାପନ ଭଳି ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
https://twitter.com/AustinNewsMedia
