ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୫-୨୦୨୧
ଧରିତ୍ରୀ ସାମ୍ବାଦିକ ଦତାତ୍ରେୟ ନାୟକଙ୍କୁ କୁମ୍ଭାରପଡ଼ା ଥାନା ପୋଲିସର ଆକ୍ରମଣ । ପନିପରିବା ଦୋକାନୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରି ଭ୍ୟାନରେ ଭର୍ତ୍ତି କରାଯାଇଥିଲା ।

ଖବର ଅନୁସାରେ , ଲକ୍ ଡାଉନ୍ ସମୟରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା। ଯାଞ୍ଚ ବେଳେ ପୋଲିସର ଦୁବ୍ୟବହାରକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଜଣେ ଉଠା ଦୋକାନୀଙ୍କୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ ପାଟିତୁଣ୍ଡ ହୋଇଥିଲା ।
ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆସିଥିଲା। ସେ ସଂପର୍କରେ ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରି ଭ୍ୟାନରେ ଭର୍ତ୍ତି କରାଯାଇଥିଲା । ସେପଟେ ପୋଲିସ ଡିଏସପି ଓ ଆଇଆଇସିଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର । ପୁରୀରେ କ’ଣ ବ୍ରିଟିଶ ଶାସନ ଚାଲିଛି କି? ଏଭଳି କାଣ୍ଡ କରିଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଉ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
