ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୯-୦୫-୨୦୨୧
କରୋନା ମହାମାରୀ ଆମ ରାଜ୍ୟ ତଥା ଦେଶର ଅନେକ କ୍ଷତି ଘଟାଇସରିଛି । ସମାଜର ପ୍ରାୟ ପ୍ରତ୍ୟେକ ବର୍ଗର ଲୋକ ଏହି ମହାମାରୀ କାରଣରୁ ପ୍ରଭାବିତ ହୋଇଛନ୍ତି। ତେବେ ଶତାବ୍ଦୀର ଏହି ମହାସଙ୍କଟ ସମୟରେ ଭାଙ୍ଗି ନଯାଇ ଦୃଢ଼ ମନୋବଳ ସହିତ ସମସ୍ତେ ଏକଜୁଟ ହୋଇ କୋରୋନାକୁ ହରାଇବା ଲାଗି ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଆଧ୍ୟାତ୍ମିକ ମନସ୍କ ତଥା ମାନବବାଦୀ ବିଚାର ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ପରିଚିତ ରାଜ୍ୟପାଳ କହିଛନ୍ତି ଯେ କରୋନାକୁ ପରାଜିତ କରିବାକୁ ହେଲେ ଆମ ସମସ୍ତଙ୍କୁ ଏକକୁଟ୍ ହେବାକୁ ପଡ଼ିବ । ମନୋବଳକୁ ଦୃଢ଼ କରିପାରିଲେ ଆମେ ନିଜ ଇଚ୍ଛାନୁଯାୟୀ ଯେତେଦୂର ଚାହିଁବା, ବଢ଼ିପାରିବା । ତେବେ ଏଥିପାଇଁ ଆମକୁ ପରସ୍ପରର ସହାୟତା କରିବାକୁ ହେବ ।

ପୁଣ୍ୟଭୂମି ଓଡ଼ିଶା ମାଟିର ଭଦାହରଣ ଦେଇ ରାଜ୍ୟପାଳ କହିଛନ୍ତି ଯେ, ଆମେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିବର୍ତ୍ତିତ କରି ନେଇଥିଲୁ । ଆମେ ନିଶ୍ଚିତ ଭାବେ ଆମର ଏହି ଜଗନ୍ନାଥଙ୍କ ମାଟିରୁ କରୋନା ଭଳି ଅଦୃଶ୍ୟ ଶତ୍ରୁକୁ ପରାଜିତ କରିପାରିବା ।ତେବେ ଏଥିପାଇଁ କେବଳ ମାନସିକ ଶକ୍ତି ଯଥେଷ୍ଟ ନୁହେଁ, ଚେତନା ଶକ୍ତିର ଆବଶ୍ୟକତା ରହିଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଶ୍ରୀମଦ୍ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ ଅନ୍ତର୍ଗତ ୭୮ତମ ଶ୍ଳୋକର ଉଦାହରଣ ଦେଇଛନ୍ତି –
“ଯତ୍ର ଯୋଗେଶ୍ୱରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ” । “ତତ୍ର ଶ୍ରୀ ବିଜୟୋ ଭୂର୍ତିଧ୍ରୁବା ନୀତିମିତର୍ମମ” । ଅର୍ଥାତ୍ ହେ ରାଜନ୍। ଯେଉଁଠି ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠି ଗାଶିବ ଧନୁର୍ବାରୀ ଅର୍ଜୁନ ଅଛନ୍ତି, ସେଠାରେ ଶ୍ରୀ, ବିଜୟ, ବିଭୂତି ଓ ଅଚଳ ନୀତି ରହିଛି ।

ଏହା ହିଁ ମୋର ମତ । ମହାଭାରତ ଯୁଦ୍ଧ ସମୟରେ ଶ୍ରୀ ସଞ୍ଜୟ ଏହି କଥା ରାଜା ଧୂତରାଷ୍ଟ୍ରଙ୍କୁ କହିଥିଲେ । ଏହି ପ୍ରସଙ୍ଗର ଅବତାରଣା କରି ରାଜ୍ୟପାଳ କହିଛନ୍ତି ଯେ, ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ଆମ ସମସ୍ତଙ୍କୁ ମିଳିତ ଭାବେ ଯଜ୍ଞ କରିବାକୁ ହେବ । ଏହି ଯଜ୍ଞରେ ଆହୂତି ଜରିଆରେ ଭଗବାନ ଜଗନ୍ନାଥଙ୍କୁ ଆବାହନ କରିବାକୁ ପଡ଼ିବ । ଏହିପରି ଭାବେ ଆମେ ସମସ୍ତେ କରୋନାକୁ ପରାସ୍ତ କରିପାରିବା ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
