ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୭-୦୫-୨୦୨୧
ରାଜ୍ୟରେ ବିଭିନ୍ନ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା ବେସିକ୍ ଆମ୍ବୁଲାନ୍ସ ସେବା ଏବଂ ଆଡଭାନ୍ସ ଆମ୍ବୁଲାନ୍ସ ସେବା ଲାଗି ଆଜି ରାଜ୍ୟ ସରକାର ଦର ନିର୍ଦ୍ଧାରଣ କରିଛନ୍ତି ଏବଂ ଏହା ଆଜିଠୁ ଲାଗୁ ହେବାକୁ ନିଷ୍ପତି ହୋଇଛି । ଏହି ନିଷ୍ପତି ଅନୁଯାଇ ଆମ୍ବୁଲାନ୍ସର ଛୋଟ ଗାଡି ଯଥା- ମାରୁତି ଓମିନି, ଟାଟା ମ୍ୟାଜିକ ଭଳି ଗାଡିରେ ସାଧାରଣ ଯାତ୍ରା ପାଇଁ ୧୦ କିମି କୁ ୭୫୦ ଦର ନିର୍ଦ୍ଧାରଣ କରାଯାଇଥିଲା ବେଳେ ଅତିରିକ୍ତ ଲାଇଫ ସିଷ୍ଟମ ଥିଲେ ୧୦୦୦ ଦେବାକୁ ପଡିବ ।

ଏହି ଦର ୧୦ କିମି ପର୍ଯ୍ୟନ୍ତ ଲାଗୁ ଥିବାବେଳେ ୧୦ କିମି ରୁ ଉର୍ଦ୍ଧ ବାଟ ଗଲେ କିମି ପିଛା ଅତିରିକ୍ତ ୩୦ ଟଙ୍କା ଦେବାକୁ ପଡିବ । ସେହିପରି ମଧ୍ୟମବର୍ଗର ଆମ୍ବୁଲାନ୍ସ ଯଥା ବୋଲେରୋ ଆଦି ପାଇଁ ୧୦ କିମି ମଧ୍ୟରେ ସାଧାରଣ ଯାତ୍ରା ପାଇଁ ୧୦୦୦ ଦର ନିର୍ଦ୍ଧାରଣ କରାଯାଇଥିଲା ବେଳେ ଅତିରିକ୍ତ ଲାଇଫ ସିଷ୍ଟମ ପାଇଁ ୧୫୦୦ ଏବଂ ୧୦ କିମିରୁ ଅଧିକ ଦୁର ଯାତ୍ରା ପାଇଁ କିମି ପିଛା ୫୦ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିବ ।
ଏହା ସହିତ ବଡ ଅମ୍ବୁଲାନ୍ସ ଟାଟା ୱିଙ୍ଗର, ଫୋର୍ସ ଟ୍ରଭେଲର, ଓ ଟାଟା ୪୦୭ ଭଳୀ ବଡ ଆମ୍ବୁଲାନ୍ସ ପାଇଁ ୧୦ କିମି ମଧ୍ୟରେ ଦେୟ ୧୨୫୦ ନିର୍ଦ୍ଧାରଣ କରାଯାଇଥିଲା ବେଳେ ଅତିରିକ୍ତ ଲାଇଫ ସିଷ୍ଟମ ପାଇଁ ୩୦୦୦ ।

ଏହା ବାଦ ଯଦି ୧୦ କିମି ରୁ ଅଧିକ ଦୁର ଯାତ୍ରା କରିବାକୁ ପଡେ ତେବେ କିମି ପିଛା ୫୦ ଟଙ୍କା ଅଧିକ ଦେୟ ଦେବାକୁ ପଡିବ । ତେବେ ଏହି ଦେୟ ସମୟ ସମୟରେ ତୈଳ ଦର ବୃଦ୍ଧୀ ଏବଂ ହ୍ରାସକୁ ନଜରେ ରଖି ପରିବର୍ତ୍ତନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
