ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୭-୦୫-୨୦୨୧
ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ ସଂଖ୍ୟା ଜଣାପଡୁ ନାହିଁ। ଏଣୁ ହୁଏତ ଭାରତରେ ଏବେବି ସଂକ୍ରମଣ ହାର ତୀବ୍ର ବେଗରେ ବଢୁ ଥାଇପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି।

ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏକ ସାକ୍ଷାତକାରରେ ଦେଶର ଏପରି ବି ଅଞ୍ଚଳ ଅଛି ଯେଉଁଠି ଦ୍ରୁତ କରୋନା ସଂକ୍ରମଣ ହେଉଛି। ଏଣୁ ଏହି ସବୁ କ୍ଷେତ୍ରର କରୋନା ଗ୍ରାଫ ଉପର ଆଡକୁ ବଢୁଥିବା ସେ କହିଛନ୍ତି।ବୁଧବାର ଡବ୍ଲୁଏଚଓଙ୍କ ପକ୍ଷରୁ ଜାରି ସପ୍ତାହିକ ରିପୋର୍ଟରେ ଭାରତରେ ବ୍ୟାପୁଥିବା ଭୂତାଣୁ ବି୧.୬୧୭ ଷ୍ଟ୍ରେନର ପ୍ରଥମ ମାମଲା ଅକ୍ଟୋବର ୨୦୨୦ରେ ସାମ୍ନାକୁ ଆସିଥିଲା।

ଏଣୁ ଭାରତରେ ବଢୁଥିବା ସଂକ୍ରମଣ ମାମଲା ଓ ଏଥିଯୋଗୁ ହେଉଥିବା ମୃତ୍ୟୁ ବି୧.୬୧୭ ଓ ଭୂତାଣୁର ଅନ୍ୟ ଷ୍ଟ୍ରେନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କୁହାଯାଇଛି।ତେବେ ସୋମବାର ମିଳିଥିବା ରିପୋର୍ଟରୁ ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭାଇରସ ସଂକ୍ରମଣର ମୋଟ ୨ଲକ୍ଷ ୮୧ ହଜାର ୩୮୬ଟି ନୂଆ ମାମଲା ସାମ୍ନାକୁ ଆସିଛି।

ପ୍ରାୟ ୨୭ ଦିନ ପରେ ପ୍ରଥମ ଥର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷରୁ ତଳକୁ ଖସିଛି। ୨୦ ଏପ୍ରିଲ ୨୦୨୧ରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷରୁ କମ ଥିଲା। ସେତେବେଳେ ମୋଟ ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା ୨ଲକ୍ଷ ୯୫ ହଜାର ଥିଲା। ସେହିପରି ରବିବାର ୩ଲକ୍ଷ ୭୮ ହଜାର ୭୪୧ ଜଣ ଲୋକ ସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
