କଟକ / ଅଷ୍ଟିନ୍ ନ୍ୟୁଜ

ତା – ୧୭-୦୫-୨୦୨୧
କରୋନା ମହାମାରୀ ସାରା ଦେଶ ରେ ନିଜର କାୟା ବିସ୍ତାର କରି ଆତଙ୍କର ମାହୋଲ ଆଣିଥିବା ବେଳେ, ଆସିଛି ଗୋଟିଏ ଆଶ୍ୱସ୍ତିକର ଖବର। କମ୍ ବୟସ ର ଯୁବକ ଓ ଯୁବତୀ ମାନେ ଏ ଲଢେଇ ରେ ହାରିଯାଇ ପ୍ରାଣ ହରାଇଥିବାବେଳେ, ଜଣେ ୯୦ ବର୍ଷୀୟ ବୃଦ୍ଧା ଏହି ମହାମାରୀ ମୁହଁରେ ଏକ ଶକ୍ତ ଚାପୁଡ଼ା ମାରି ପୁଣି ଥରେ ସୁସ୍ଥ ହୋଇ ଠିଆ ହୋଇଛନ୍ତି।
ସେ ହେଉଛନ୍ତି, ରାଜଧାନୀ ଭୁବନେଶ୍ଵର ୟୁନିଟ୍ – ୨ ଅଞ୍ଚଳର ବାଉରୀ ସାହୁ। ଗତ ୩ ତାରିଖ ଦିନ ସେ କରୋନା ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ, ସମ୍ କୋଭିଡ ହସ୍ପିଟାଲ ରେ ଭର୍ତି ହୋଇଥିଲେ। ଡାକ୍ତର୍ ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମି ମାନଙ୍କ ମିଳିତ ପ୍ରଚେଷ୍ଟାରେ ସେ ଆଜି ଆରୋଗ୍ୟ ଲାଭ କରି ନିଜ ବାସଭବନ କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେହିଭଲି ଗତ ୧୩ ତାରିଖରେ ମଧ୍ୟ ଜଣେ ୯୮ ବର୍ଷ ବୟସର ବୃଦ୍ଧା, ଅନ୍ନପୂର୍ଣ୍ଣା ବିଶ୍ଵାଳ, କରୋନା କୁ ହରାଇ ସୁସ୍ଥ ହୋଇ ଫେରିଥିଲେ। ଜୀବନ ର ପରିଣତ ବୟସ ରେ ବି ନିଜର ମନୋବଳ ସୁଦୃଢ଼ ରଖି, ଏମାନେ ଶକ୍ତିଶାଳୀ ମହାମାରୀ କୁ ହରାଇ ସୁସ୍ଥତା ଫେରିପାଇବା ନିହାତି ଭବରେ ସାରା ବିଶ୍ୱ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଦେଉଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
