ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୫-୨୦୨୧
ଏବେ କରୋନାର ରୂପ ଏତେ ଭୟଙ୍କର ହେବାରେ ଲାଗିଛି ଯେ ଆଉ କରୋନା କବଳରୁ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପୁରା ବିଶ୍ୱରେ ସବୁଠାରୁ ବଡ ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଭାରତରେ ଜାରି ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ଗତିରେ ଟୀକା କରଣ ଜାରି ରହିଛି ।

ରାଜ୍ୟରେ ଟୀକାକରଣ କୁ ଆହୁରି ଅଧିକ ତ୍ୱରିତ୍ୱ କରିବା ପାଇଁ ରାଜ୍ୟ ସରକାର ଗ୍ଳୋବାଲ ଟେଣ୍ଡ ମାଧ୍ୟମରେ ବିଶ୍ୱ ବଜାରରୁ ଟୀକା କିଣି ରାଜ୍ୟ ବାସୀଙ୍କୁ ଟୀକା ଯୋଗାଇବା କଥା କହୁଛନ୍ତି ମାତ୍ର ଏହି ଟୀକା ଆସିବା ପରେ ଲୋକଙ୍କୁ କେମିତି ଦିଆଯିବ ତାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ ।ଆମେ ସମସ୍ତେ ଜାଣିଛୁ ଟୀକାକରଣ ପାଇଁ ଅନଲାଇନ୍ ରେ ସ୍ଲଟ୍ ବୁକିଙ୍ଗ କରି ଟୀକା ନେବାକୁ ପଡୁଛି ।
ଏଭଳି ସ୍ଥିତିରେ ଏବେବି ରାଜ୍ୟରେ ଏମିତି ବହୁ ଅଞ୍ଚଳ ରହିଛି ଯେଉଁଠି ଠିକ୍ ଭାବରେ ମୋବାଇଲ୍ ନେଟୱର୍କ ପହଞ୍ଚୀପାରିନି ।କିଛି ସ୍ଥାନରେ ଆଦୌ ନେଟୱର୍କ ନଥିବା ବେଳେ ଆଉ କିଛି ସ୍ଥାନରେ ନାଁ କୁ ମାତ୍ର ମୋବାଇଲ ନେଟୱର୍କ ରେ କାମ ଚାଲିଛି ଏଭଳି ସ୍ଥିତିରେ ରାଜ୍ୟର ଅପହଞ୍ଚ ଇଲାକାର ଲୋକ ମାନେ କିପରି ଟୀକା ନେବା ପାଇଁ ନିଦ୍ଧିଷ୍ଟ ଆପ୍ ଡାଉନଲୋଡ୍ କରିବେ ଏବଂ ସ୍ଲଟ୍ ରେଜିଷ୍ଟ୍ରେସନ୍ କରିବେ ଏବଂ ଟୀକା ନେବେ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ ।

ପୂର୍ବ ବର୍ଷ ମଧ୍ୟ କରୋନା ମହାମାରୀ ଆରମ୍ଭ ସମୟରେ ସ୍କୁଲ କଲେଜ ବନ୍ଦ ହୋଇଯିବା ପରେ ଅନଲାଇନ୍ ପାଠପଢା ନେଇ ରାଜ୍ୟର ଅପହଞ୍ଚ ଇଲାକାର ପିଲାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ଆଉ ଏବେ ଟୀକା ପାଇଁ ଠିକ୍ ସେହି ଅବସ୍ଥା ।ଏଭଳି ସ୍ଥିତିରେ ରାଜ୍ୟ ସରକାର କେଉଁ ମାଧ୍ୟମରେ ରାଜ୍ୟର ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ଟୀକା କରଣ କରିବେ ତାକୁ ନେଇ କିଛି ସ୍ପଷ୍ଟୀକରଣ ରଖିନଥିବା ବେଳେ ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ସଂକ୍ରମଣର ଭୟ ଅଧିକ ବଢିଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
