ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

ତା-୧୫-୦୫-୨୦୨୧
କରୋନା ସଂକ୍ରମଣ ମଧ୍ୟରେ ବି ଦେଶର ନ୍ୟାୟପାଳିକା କାର୍ଯ୍ୟ ଜାରି ରହିଛି । ସେପଟେ ସ୍ଥିତି ଚିନ୍ତାଜନକ ରହିଥିବା ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ଠାରୁ ଏଯାଏଁ ଭାରତର ପ୍ରାୟ ୧୮,୦୦୦ ବିଚାର ବିଭାଗୀୟ ଅଧିକାରୀମାନଙ୍କ ଭିତରୁ ୨,୭୬୮ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଲେଣି ।

ସେହିପରି ହାଇକୋର୍ଟର ମଧ୍ୟ ୬୬୦ ଜଣ ବିଚାରପତିଙ୍କ ଭିତରୁ ୧୦୬ ଜଣ ଏହାଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି। ଏବେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିମାନଙ୍କ ଭିତରୁ ୧୫ ପ୍ରତିଶତ କରୋନା ଦ୍ୱାରା ପ୍ରଭାବିତ ହୋଇସାରିଲେଣି ବୋଲି କୁହାଯାଇପାରିବ ।
ଗତ ବର୍ଷକ ଭିତରେ ସୁପ୍ରିମକୋର୍ଟର ୧୦ ଜଣ ବିଚାରପତି ବି କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଲେଣି । ସୁପ୍ରିମକୋର୍ଟର ତିନି ଜଣ ଅଧିକାରୀ ମଧ୍ୟ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
