News portal website
before header
[URIS id=5393]

ପୁଣି ପୁରୀସେବାୟତଙ୍କ କରୋନା ଟେଷ୍ଟ!

0 237

ପୁରୀ

ତା-୧୧-୦୭-୨୦୨୦

ପୁଣିଥରେ ପୁରୀ ସେବାୟତଙ୍କ କରୋନା ପରୀକ୍ଷାଅଷ୍ଟିନ୍ ବ୍ୟୁରୋ: ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପାଳନ କରି ରଥଯାତ୍ରାରେ ନିୟୋଜିତ ଥିବା ସମସ୍ତ ସେବାୟତଙ୍କ ଆଜିଠାରୁ ଆଉଥରେ କୋଭିଡ ଟେଷ୍ଟ କରାଯିବ। ବଡ଼ଦାଣ୍ଡ ସ୍ଥିତ ହିନ୍ଦୀ ସ୍କୁଲ, ଗଦାଧର ହାଇସ୍କୁଲ ଓ ଆୟୁର୍ବେଦିକ କଲେଜ ଏହି ୩ଟି ସ୍ଥାନରେ ଟେଷ୍ଟ କରାଯିବ।

ପ୍ରାଥମିକ ପର୍ଯ୍ୟାୟରେ ଦଇତାପତି ଓ ସେବାୟତମାନଙ୍କ ପରୀକ୍ଷା କରାଯିବ। ସେବାୟତମାନଙ୍କ କୋଭିଡ ଟେଷ୍ଟ କରି ଘୋଷଯାତ୍ରା ସଂପର୍କିତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯିବ। ରଥଯାତ୍ରା ପୂର୍ବରୁ ପ୍ରଥମ ଥର କୋଭିଡ ଟେଷ୍ଟ ହୋଇଥିବା ବେଳେ ବାହୁଡ଼ା ଯାତ୍ରା ପୂର୍ବରୁ ଦ୍ବିତୀୟ ଥର ଏବଂ ଘୋଷଯାତ୍ରା ପରେ ତୃତୀୟ ଥର କୋଭିଡ ଟେଷ୍ଟ ହେବ। ଏହି ପରୀକ୍ଷା ୧୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୪ ଦିନ ପାଇଁ ଚାଲିବ। ଯେହେତୁ ସେବାୟତମାନେ ଘୋଷଯାତ୍ରାରେ ନିୟୋଜିତ ଥିଲେ ତେଣୁ ତାଙ୍କ ସଂପର୍କୀୟଙ୍କୁ ଦୃଷ୍ଟିରେ ରଖି ଏହି ଟେଷ୍ଟ ହେବ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.