News portal website
before header
[URIS id=5393]

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା: ଶୁଭେଚ୍ଛା ଜଣାଇଲେ ମୋଦି-“ଦିଦିଙ୍କୁ ଶୁଭେଚ୍ଛା”

0 202

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୫-୦୫-୨୦୨୧

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦିନ ତୃତୀୟଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ରାଜଭବନରେ ଆୟୋଜିତ ସାଧାରଣ ସମାରୋହରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମମତା ଶପଥ ନେବାପରେ ଅନେକ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଦିଦିଙ୍କୁ ଶୁଭେଚ୍ଛା ।’ପାର୍ଥ ଚାଟାର୍ଜୀ, ସୁବ୍ରତ ମୁଖାର୍ଜୀ, ପ୍ରଶାନ୍ତ କିଶୋର, ଅଭିଷେକ ବାନାର୍ଜୀ ଶପଥ ଗ୍ରହଣ ସମାରୋହରେ ଉପସ୍ଥତା ଥିଲେ । ଶପଥ ନେବାପରେ ମମତା କହିଥିଲେ ଯେ କୋଭିଡ ସ୍ଥିତିର ମୁକାବିଲା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଶପଥ ନେବାପରେ ମମତା ରାଜନୈତିକ ଦଳମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଥିଲେ । ସେ କହିଥିଲେ ଯେ ବଙ୍ଗଳାକୁ ହିଂସା ପସନ୍ଦ ନୁହେଁ । ସେ ବ୍ୟକ୍ତିଗତ ଭାବେ ଆଇନ ବ୍ୟବସ୍ଥା ପ୍ରସଙ୍ଗ ତଦାରଖ କରିବେ ଓ ରାଜ୍ୟରେ ଶାନ୍ତି ବଜାୟ ରଖିବାଉ ଚେଷ୍ଟା କରିବେ ।

କୌଣସି ଦଳର ନେତା ଓ କର୍ମୀ ହିଂସା ସୃଷ୍ଟି କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ମମତା କହିଥିଲେ ଯେ ସେ ଶାନ୍ତି ସପକ୍ଷରେ ଅଛନ୍ତି ଓ ସର୍ବଦା ରହିବେ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.