News portal website
before header
[URIS id=5393]

ଗ୍ରୀଷ୍ମ ତାପ ଠାରୁ ରକ୍ଷା ପାଇବା ପାଇଁ ସହାୟକ; କାକୁଡି

0 416
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଷ୍ଟିନ୍ ନ୍ୟୁଜ୍

ତା-୨୫-୦୪-୨୦୨୧

କାକୁଡି ଏକ ସତେଜ ପରିବା ସହ, ପ୍ରଚଣ୍ଡ ଖରା ରୁ ରକ୍ଷା ପାଇବା ପାଇଁ ବିଶେଷ ସହାୟକ ଭାବେ ବେଶ୍ ଜଣାଶୁଣା। କାରଣ, ଏଥିରେ ଥିବା ଭିଟାମିନ ସି, ଭିଟାମିନ କେ , ମ୍ୟାଗନେସିୟମ, ଫୋଲିଏଟ , ରିବୋଫ୍ଲାବିନ, B – 6, ପାଣ୍ଟୋଥେନିକ ଏସିଡ, ଆଇରନ୍, କ୍ୟାଲସିୟମ, ଫସଫରସ, ଜିଙ୍କ୍, ଏବଂ ସିଲିକା, ଏହାକୁ ଅଧିକ ଆକର୍ଷଣୀୟ କରାଇଥାଏ।

ଗୋଟିଏ କାକୁଡି ର ୯୫% ଜଳଭାଗ ପରିପୂର୍ଣ୍ଣ ହୋଇଥାଏ, ଯାହାକି ଆପଣଙ୍କ ଶରୀରରେ ଜଳୀୟଅଂଶ କୁ ସଠିକ ରଖିବାରେ ସାହଯ୍ୟ କରିଥାଏ।

ଖରାଦିନେ ଆପଣଙ୍କ ଖାଦ୍ୟରେ କାକୁଡ଼ିକୁ କାହିଁଙ୍କି ସାମିଲ କରିବେ? ଆସନ୍ତୁ ଜାଣିବା।

#1 କାକୁଡି ଆପଣଙ୍କ ତ୍ଵଚା ପାଇଁ ଏକ ଔଷଧ ଭାଳି କମ କରିଥାଏ।

ଆପଣ ଅକଥା ଆଗରୁ ମଧ୍ୟ ଶୁଣିଥିବେ, କାରଣ ଏହା ସତ୍ୟ। କାକୁଡି ରେ ଆସ୍କୋର୍ବିକ ଏସିଡ ଓ କ୍ୟାଫେକ୍ ଏସିଡ ରହିଥାଏ। ଏହି ଦୁଇ ଯୌଗିକ ଆମ ଶରୀରରେ ଜଳୀୟଅଂଶକୁ କମିବାରୁ ରକ୍ଷା କରିଥାଏ। ଏଥିପାଇଁ ଆପଣ ଯେତେବେଳେ କାକୁଡିର ଗୋଟିଏ ପରସ୍ତକୁ ଆଖି ଉପରେ ରଖିଥାନ୍ତି, ଆଖି ଚାରିପଟେ ଥିବା କଳା ଦାଗ ଦୂର ହେବାସହ, ଚର୍ମ ରୋଗ ଠାରୁ ମଧ୍ୟ ଉପସମ ମିଳିଥାଏ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

#2 କାକୁଡ଼ି ଆପଣଙ୍କ ଶରୀରରେ ଆଲ୍କାଲିନ୍ କୁ ବଢ଼ାଇଥାଏ

ଅମ୍ଳୀୟ ବସ୍ତୁକୁ କମ୍ ରଖିବା ପାଇଁ ଆମ ଶରୀରରେ କିଛି ନିର୍ଦ୍ଧିଷ୍ଟ ପରିମାଣ ରେ ଆଲ୍କାଲିନ୍ ଆବଶ୍ୟକ, ଯାହାକି ଆଜି କାଲି ର ବ୍ୟସ୍ତ ବହୁଳ ଜୀବନଶୈଳୀ ପାଇଁ ଗଠିତ ହୋଇଥାଏ। ତେଣୁ ଯାଦି ଆପଣ ନିଜକୁ ଡିଟକ୍ସିଫାଏ କରିବାକୁ ଚାହୁଁଛନ୍ତି ତେବେ କାକୁଡି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ।

#3 କେଶ ର ପୋଷଣ ପାଇଁ କାକୁଡି

କଉଡ଼ିରେ ଥିବା sulphur ଏବଂ ସିଲିକନ, କେଶ ର ସୌନ୍ଦର୍ଯ୍ଯ ପାଇଁ ବିଶେଷ ଉପଯୋଗୀ ଭାବେ ବେଶ୍ ପରିଚିତ। ଯଦି ଆପଣ ଏହାର ସମ୍ପୂର୍ଣ୍ଣ ଲାଭ ଉପଲବ୍ଧ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ଗୋଟିଏ କାକୁଡ଼ି, କିଛି ଗଜର ଓ ତା ସହ କିଛି ପୋଦିନା ପତ୍ରକୁ ବାଟି ସେବନ କରିପାରିବେ।

##4 ଓଜନ୍ କମାଇବାରେ ସହାୟକ କାକୁଡ଼ି

ଆଜିର ଦୁନିଆର ଏକ ବଡ ସମସ୍ୟା ପଲଟିଛି ମେଦବହୁଳତା। ତେବେ ଏହି ସମୟରେ ଏହି ସମସ୍ୟାରୁ କିଛିକାଂଶରେ ଉପସମ ଦେଇପାରିବ କାକୁଡ଼ି। ଓଜନ୍ କମ୍ କରିବାରେ କାକୁଡ଼ି ର ଏକ ମୁଖ୍ୟ ଭୂମିକା ରହିଛି। କାକୁଡ଼ି ର ୯୫% ଜଳୀୟଅଂଶ ହୋଇଥିବାରୁ, ଏହା ଏକ ସମ୍ପୂର୍ଣ୍ଣ ଭୋଜନ ଭାବେ ମଧ୍ୟ ଗ୍ରହଣ କରାଯାଇପାରିବ। ଯାହା କି ପରବର୍ତୀ ସମୟରେ ଓଜନ୍ ହ୍ରାସ କରିବାରେ ଫଳପ୍ରଦ ହୋଇପାରିବ।

#5 ଶରୀରରୁ କର୍କଟ ରୋଗ ସୃଷ୍ଠି କରୁଥିବା କୋଷ ଗୁଡିକୁ କମାଇଥାଏ ; କାକୁଡ଼ି

ହଁ, କେତୋଟି ଗବେଷଣାରୁ ଏହା ଜଣା ପଡିଛି ଯେ, କାକୁଡ଼ିକୁ ନିୟମିତ ସେବନ କରିବା ଦ୍ୱାରା ଶରୀରରେ କର୍କଟ ରୋଗ ବା cancer causing cells ର ପରିମାଣ କମ୍ ହୋଇଥାଏ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.