News portal website
before header
[URIS id=5393]

ଓଡିଶାରେ କରୋନାର ଦାରୁଣ ଦୁଃଖ;ଆସିଲାନି ଆମ୍ବୁଲାନ୍ସ।

0 335
ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।
Notice

ଓଡିଶାରେ କରୋନାର ଦାରୁଣ ଦୁଃଖ;ଆସିଲାନି ଆମ୍ବୁଲାନ୍ସ।

ଆସିଲାନି ଆମ୍ବୁଲାନ୍ସ, ରେନକୋଟ୍ ପିନ୍ଧି ବାଇକରେ ହସ୍ପିଟାଲ ଗଲେ କରୋନା ଆକ୍ରାନ୍ତ!

ତା-୨୫-୦୪-୨୦୨୧

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ଆସିଲାନି ଆମ୍ବୁଲାନ୍ସ । ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ,ରାଜବୋଡାସମ୍ବର ବ୍ଲକ ସର୍ଗିବାହାଲ ପଂଚାୟତ ଇଛାପାଲି ଗ୍ରାମରେ ।

ଏହି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନଙ୍କ ୨୭ ବର୍ଷିୟ ପୁତ୍ର, ଦୁଷ୍ମନ୍ତ ପ୍ରଧାନ ଆଠ ଦିନ ପୂର୍ବରୁ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇ ଘରେ ସଂଗରୋଧରେ ଥିଲେ । କିନ୍ତୁ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ କରିବାର ଦୀର୍ଘ ତିନି ଘଣ୍ଟାଧରି ଅପେକ୍ଷା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ପୁଅର ଅସୁସ୍ଥତାକୁ ଦେଖି ବାପା ଆଉ ଜଣେ ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ ।ଏହାପରେ ସେ ପୁଅକୁ ରେନକୋର୍ଟ ପିନ୍ଧାଇ ମୋଟରସାଇକେଲରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବଲାନ୍ସର ବ୍ୟବସ୍ଥା ଥାଇ ମଧ୍ୟ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ଏପରି ଘଟଣା ଘଟିବା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ,ୟ୍ଯୁ-ଟ୍ୟୁବ,ଟ୍ବିଟରକୁ ଲାଇକ, ଫଲୋ, କମେଣ୍ଟ, ସେୟାର, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.