News portal website
before header
[URIS id=5393]

ଜିଲ୍ଲାପାଳ “ତଦନ୍ତ” କରିବେ କି? ସତ ହୋଇଥିଲେ ସାଂଘାତିକ!

0 497

ଦୁର୍ନିତିରେ ଉବୁଟୁବୁ ହେଉଛି ବଡ଼ଚଣା ସି.ଡ଼ି.ପି.ଓଙ୍କ କାର୍ଯ୍ୟାଳୟ: ନିମ୍ନ ମାନର ଛତୁଆ ଯୋଗାଣରେ ମୁଖ୍ୟ ଖଳନାୟିକା କିଏ?

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ତା-୨୪/୪ /୨୦୨୧

ଅଷ୍ଟିନ ନ୍ଯୁଜ/ଯାଜପୁର

ବଡ଼ଚଣା ବ୍ଲକ୍‌ର ସମନ୍ୱୀତ ଶିଶୁ ବିଭାଗ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ସହିତ ବ୍ୟାପକ ଧରରଣର ଦୁର୍ନିତୀ ମଧ୍ୟରେ ଗତି କରୁଛି ବୋଲି ସାଧାରଣରେ ଅଭିଯୋଗ ହେଉଅଛି । ସମନ୍ୱୀତ ଶିଶୁ ବିକାଶ ଅଧିକାରୀ ବଡ଼ଚଣା ବ୍ଳକ୍‌ରେ ସମସ୍ତ ଗ୍ରାମମାନଙ୍କରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଖାଦ୍ୟ ଯୋଗାଇଥାନ୍ତି ।

ଯେଉଁମାନେ ଏହି ଖାଦ୍ୟ ଯୋଗାଇଥାନ୍ତି ତାହା ଅତ୍ୟନ୍ତ ନିମ୍ନମାନର । ଛତୁଆ ଖାଦ୍ୟରେ ଯେଉଁଭଳି ଭାବରେ ମିଶ୍ରଣ କରାଯାଉଛି ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଏହି ଖାଦ୍ୟକୁ ଛୋଟ ପିଲାମାନେ ଖାଇଥାନ୍ତି । ଏବଂ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦିଆଯାଇଥାଏ । କେଉଁ ମୁହୂର୍ତ୍ତରେ ପିଲାର ଜୀବନ କ୍ଷତି ଘଟିବ ତାହା ମଧ୍ୟ ସନ୍ଦେହ ଜନକ । ସେହିପରି ଅଣ୍ଡା, ଚାଉଳ, ବାଦାମଲଡ଼ୁ ଦିଆଯାଇଥାଏ । ଏହି ଖାଦ୍ୟ ପଦାର୍ଥକୁ ଛୋଟ ପିଲା ଓ ଗର୍ଭବତି ମହିଳାମାନଙ୍କୁ ଦିଆଯାଇଥାଏ । ପ୍ରକାଶ ଥାଉକି ଚାଉଳ ଓଜନ ମଧ୍ୟ ଠିକ୍ ନୁହେଁ । ସେ ଚାଉଳ ଓ ଅଣ୍ଡା ମଧ୍ୟ ନିମ୍ନମାନର ଅଟେ । ବାଦାମ ଲଡ଼ୁ ମଧ୍ୟ ବହୁ ଦିନର ତିଆରି ଏବଂ ଦେଖିଲା ଭଳି ନୁହେଁ ତାହା ଖାଇବା ତ ଦୁରର କଥା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଯେଉଁ ସଂସ୍ଥାମାନେ ଏହି ସାମଗ୍ରୀକୁ ଯୋଗାଇଥାନ୍ତି ସେ ସଂସ୍ଥାମାନଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏଭଳି ଖାଦ୍ୟ ସାମଗ୍ରୀକୁ ଗର୍ଭବତୀ ମହିଳାମାନଙ୍କୁ ଯୋଗାଇବା ଦ୍ୱାରା କେବଳ ନିଜକୁ ଅଧିକ ଅର୍ଥ ସଂଗ୍ରହ କରି ପିଲାମାନଙ୍କୁ ଓ ମହିଳାମାନଙ୍କୁ ଭୁଆଁ ବୁଲାଯାଉଛି ।

ସି.ଡ଼ି.ପି.ଓ ସୁପରଭାଇଜରଙ୍କ ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଭିନ୍ନ ଦୁର୍ନିତି ମଧ୍ୟ ଦେଖାଦେଇଛି । ପ୍ରକାଶ ଥାଉକି ବଡ଼ଚଣା ବ୍ଲକ୍ ମଧ୍ୟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଅପ ମିଶ୍ରଣର ଖାଦ୍ୟ ଯୋଗାଇ ଲକ୍ଷ ଲକ୍ଷ ଅର୍ଥ ରାଶି ହଡ଼ପ କରି ଚାଲିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।ଏହାର ନିରପେକ୍ଷ ତଦନ୍ତ ପାଇଁ ଯାଜପୁର ଜିଲାପାଳଙ୍କ ନିକଟରେ ବଡଚଣା ବାସୀ ଦୃଢ ଦାବି କରିଛନ୍ତି।ନୂଆ କରି ଯୋଗ ଦେଇଥିବା ଜିଲ୍ଲାପାଳ ତଦନ୍ତ କେତେଦୂର କରୁଛନ୍ତି ଦେଖିବାକୁ ବାକି ରହିଲା।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ,ୟ୍ଯୁ-ଟ୍ୟୁବ,ଟ୍ବିଟରକୁ ଲାଇକ, କମେଣ୍ଟ, ସେୟାର, ଫଲୋ ଓ ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.