News portal website
before header
[URIS id=5393]

ଚାଲି ଗଲେ ବିଷ୍ଣୁ ଦାସ!

0 435

ଭୁବନେଶ୍ୱର

ତା-୦୬-୦୭-୨୦୨୦

ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ ହୋଇଯାଇଛି। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ 66 ବର୍ଷ ବୟସରେ ତାଙ୍କର ପରୋଲୋକ ହୋଇଛି। 6 ଥର ବିଧାୟକ, ଥରେ ସାଂସଦ ହୋଇଥିବା ବିଷ୍ଣୁ ଦାସ ଥରେ ମନ୍ତ୍ରୀ ହୋଇଥିଲେ। ସେ ଜଗତସିଂହପୁରରୁ 5ଥର, ତିର୍ତ୍ତୋଳରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ନିର୍ବାଚିତ ହୋଇଥିଲେ। ସ୍ବଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ବିଷ୍ଣୁଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ମହଲରୁ ବିଭିନ୍ନ ବ୍ଯକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ www.austinnews.in ଲଗଇନ କରନ୍ତୁ। facebookaustinnews

youtubeaustinnews

twitteraustinnews ରେ ଆମ ସହ ଯୋଡି ହୋଇ ରୁହନ୍ତୁ।

Leave A Reply

Your email address will not be published.