କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୫ ବର୍ଷ।

ଯାଜପୁର
ତା-୦୨-୦୧-୨୦୨୧
ଆଜିକୁ ୧୫ ବର୍ଷ ତଳେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ଦେଖିବାକୁ ମିଳିଥିଲା ଭୟାବହ ଗୁଳିକାଣ୍ଡ।ସେ ସମୟରେ କଳିଙ୍ଗନଗର ନୁହଁ ସାରା ଓଡିଶା ଏହି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା।

ଲଢେଇ ଥିଲା ନବନିର୍ମିତ ଟାଟା ଶିଳ୍ପାନୁଷ୍ଠାନ ବନାମ ନିରୀହ ଆଦିବାସୀ। ବେସରକାରୀ କମ୍ପାନୀ ପାଇଁ ଆଦୀବାସୀଙ୍କୁ ଗୁଳି ମାରିବା। ୧୪ ଜଣ ପ୍ରାଣ ହରେଇବା, ଅନେକ ଆହତ ହେବା, ସେଠାରେ ପୋଡାଜଳା କରିବା। ବର୍ଷ ବର୍ଷ ଧରି ରାଜପଥ ଅବରୋଧ।ଦୁନିଆ ରାଜନୀତି ଦେଖିବାକୁ ମିଳିଥିଲା।
ପରିଶେଷରେ ପୋଷ୍ଟ ମର୍ଟମ ପାଇଁ ଗଲାବେଳେ ଆଦିବାସୀଙ୍କ ପାପୁଲି କାଟି ରଖିବା।ରଖିବା-କେଡେ ମର୍ମାନ୍ତକ ଥିଲା ସେ ଶିଳ୍ପାୟନ ସ୍ବପ୍ନର ସେ ଭୁଲା ଅଧ୍ଯ୍ଯାୟ।
ଆଜି ବି ସତେଜ ହୋଇ ମନେରହିଛି ଜୀବନ ହାରିଥିବା ଆଦିବାସୀ ପରିବାର ବର୍ଗଙ୍କ ସେଦିନର ସେ ଚିତ୍ର। କିଭଳି ଭାବେ ଦାନଗଦୀ ଡାକ୍ତରଖାନାରେ ଆହତଙ୍କ ଭିଡ ଓ କଟକ ବଡମେଡିକାଲରେ ଶବ। ତା’ର ଖାସ କିଛି ପ୍ରଭାବ ପଡିଲା ନାହିଁ।
ଆଜି ବି ଟାଟା କାରଖାନା ଗର୍ବରେ ଛିଡା ହୋଇଛି। ସତେ ଯେମିତି ମନେହୁଏ ରାଜ୍ଯରେ ପୁନର୍ବାସ ଓ ଥଇଥାନ ଆଇନ କଳିଙ୍ଗନଗର କାରଣରୁ ହୋଇଥିଲା।
ଅଧିକ ଖବର ଜାଣିବା ଲାଗି ଆମର ଏହି ଓ୍ବେବସାଇଟ http://www.austinnews.in Like, Follow,Comment,Shareକୁ କରନ୍ତୁ।
https://www.facebook.com/AustinNewsMedia
https://www.youtube.com/AustinNewsMedia

