News portal website
before header
[URIS id=5393]

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅସିତ ତ୍ରିପାଠୀ

0 195

ଭୁବନେଶ୍ବର: 

ତା-୩୧-୧୨-୨୦୨୦

ମୁଖ୍ୟ ଶାସନ ସଚିବ ପଦରୁ  ଅବସର ନେଲେ ଅସିତ ତ୍ରିପାଠୀ। ବିଦାୟୀ ଭାଷଣରେ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଲେ ଅସିତ। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ କୋଭିଡର ସଫଳ ମୁକାବିଲା ହୋଇଛି, ସବୁ ବିଭାଗର କାମ ସଠିକ ଭାବରେ ଚାଲିଛି।  ସେ ଆହୁରି ମଧ୍ୟ କହିଛନ୍ତି, ସେହିପରି ସିଟିଜେନ ସେଣ୍ଟ୍ରିକ ସର୍ଭିସକୁ ଅନଲାଇନ କରିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତାହା ସଫଳତାର ସହ ହୋଇ ପାରିଛି । ଆମ ରାଜ୍ୟରେ ଆରମ୍ଭ ହୋଇଥିବା ଫିଡ଼ବ୍ୟାକ ପ୍ରକ୍ରିୟା ଆଉ କେଉଁଠି ନାହିଁ । ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସମୟରେ ପୁରୀ, ଲିଙ୍ଗରାଜ ଓ ଏସ୍‌ସିବି ମେଡ଼ିକାଲ କଲେଜ ଭଳି ଅନେକ ବଡ଼ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। 

www.austinnews.in

https:facebookaustinnews https:youtubeaustinnews

twitter@austinnewsmedia

Leave A Reply

Your email address will not be published.