
ଭୁବନେଶ୍ବର:
ତା-୩୧-୧୨-୨୦୨୦
ଏଥର ଫିକା ପଡିବ ନୂଆବର୍ଷ। ଟୁଇନସିଟି ବାସିନ୍ଦା ଏଥର ଜିରୋ ନାଇଟ ସେଲିବ୍ରେସନ କରିପାରିବେ ନାହିଁ। ଏହା ବ୍ୟତୀତ ଭୋଜି ଆୟୋଜନ ଉପରେ ମଧ୍ୟ ଲାଗିଛି ରୋକ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡ ନିୟନ୍ତ୍ରଣ ପାଇଁ ଟ୍ୱିନସିଟିରେ ୧୪୪ ଧାରା ଜାରି କରାଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ସୂଚନା ମୁତାବକ ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାତି ୯ଟା ସୁଦ୍ଧା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ ।ଆପାର୍ଟମେଣ୍ଟ, ରେସିଡେନ୍ସିଆଲ ଏରିଆରେ ଭୋଜି କରିବାକୁ ମନା କରିଛନ୍ତି ପୋଲିସ କମିଶନର । ଘରେ ରହି ନୂଆବର୍ଷ ପାଳନ କରିବାକୁ ଅନୁରୋଧ କରାଯାଇଛି । ତେବେ ଆଇନ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
