ଭୁବନେଶ୍ବର:

ତା-୧୪-୧୨-୨୦୨୦
ରାଜ୍ୟରେ ଡାକ୍ତରଙ୍କ ଆବଶ୍ୟକତା ଏବଂ ମେଡିକାଲ ଶିକ୍ଷାର ପ୍ରସାର ନିମନ୍ତେ ଯାଜପୁର ଓ ପୁରୀଠାରେ ସ୍ଥାପନ ହେବାକୁ ଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କ୍ୟାବିନେଟ ମୋହର ବାଜିଛି। ଏହି ଦୁଇଟି ମେଡିକାଲ କଲେଜରେ ଭିତ୍ତିଭୂମି ନିର୍ମାଣ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ଆଜି ୬୫୧ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରିଛନ୍ତି।
ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୂର୍ତ୍ତ ବିଭାଗର ଏହି ଦୁଇଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।
ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଯାଜପୁରରେ ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ନିମନ୍ତେ ୪୨୬.୫୧ କୋଟି ଟଙ୍କାର ଟେଣ୍ଡର ପାଇଁ ଏଲଆଣ୍ଡଟି ଯୋଗ୍ୟ ବିବେଚିତ ହୋଇଛି। ଟର୍ଣ୍ଣକି ଚୁକ୍ତିରେ ସର୍ବନିମ୍ନ ଟେଣ୍ଡରଧାରୀ ଏଲଆଣ୍ଡଟି ଏହି ଟେଣ୍ଡରକୁ ପାଇଥିବାବେଳେ ୩୬ ମାସ ବା ତିନି ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯିବ। ସେହିପରି ପୁରୀ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ଭେଷଜ ଡାକ୍ତରଖାନା ସ୍ଥାପନ ନିମନ୍ତେ ମଧ୍ୟ ୨୨୪.୫୫କୋଟି ଟଙ୍କାର ଟେଣ୍ଡର ଏଲଆଣ୍ଡଟିକୁ ମିଳିଛି। ୩୬ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଟେଣ୍ଡରକୁ ମଧ୍ୟ ଟର୍ଣ୍ଣ-କିରେ ସମ୍ପନ୍ନ କରାଯିବ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
