News portal website
before header
[URIS id=5393]

ଓଟିଭିକୁ ବାନ୍ଧିଲେ:ପୋଲିସ କର୍ମଚାରୀଙ୍କୁ କେବେ?

0 134

ଭୁବନେଶ୍ବର:

Notice

ତା-୧୪-୧୨-୨୦୨୦

ଭୁବନେଶ୍ବର ଇନଫୋସିଟି ଥାନା ନାବାଳିକା ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। FIRରେ ନାଁ ଥିବା ୪ ଜଣଙ୍କୁ ଗତକାଲି ରାତିରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା ଓ ୨ ସିକ୍ୟୁରିଟି ଗାର୍ଡ ।ଅନିରୁଦ୍ଧ ପଣ୍ଡାଙ୍କୁ ପୁରୀ ଗୋପରୁ, କୃଷ୍ଣଚନ୍ଦ୍ର ବେହେରା କଟକ ଚାନ୍ଦିନିଚୌକରୁ, ଜଣେ ସିକ୍ୟୁରିଟି ଗାର୍ଡ ଯାଜପୁର କଳିଙ୍ଗନଗରରୁ ଏବଂ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ ଭୁବନେଶ୍ବରରୁ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ କଟକ କ୍ରାଇମବ୍ରାଞ୍ଚ ଅଫିସରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ପୂର୍ବରୁ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ଥିଲେ ହାଇକୋର୍ଟ । ଏହି ଘଟଣାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ପୋଲିସ ଡିଜି । ଡିସେମ୍ବର ୧୬ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ମିଳୁଛି ଗିରଫ ଚାରିଜଣଙ୍କ ମଧ୍ଯରୁ ଦୁଇ ଜଣ ଓଡ଼ିଶା ଟେଲିଭିଜନ (ଓଟିଭି) ର କର୍ମଚାରୀ। ପୀଡିତଙ୍କ ମାଆଙ୍କ ଅଭିଯୋଗ ଘଟଣା ସମୟରେ ଦୁଇ ଜଣ ପୋଲିସ ପୋଷାକରେ ଥିଲେ ବୋଲି।

ଏଭଳି ଅଭିଯୋଗ ଆସିଥିଲା ବେଳେ ଦୁଇ ଜଣ ପୋଲିସ ପୋଷାକରେ ଥିବା ବ୍ୟକ୍ତିଙ୍କୁ ଗିରଫ କେବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.