ପୁରୀ:

ତା-୧୨-୧୨-୨୦୨୦
ଶ୍ରୀ ମନ୍ଦିର ଖୋଲିବା ନେଇ ମିଳିଲା ସଂକେତ। ପୁଣି ଏକ ହେବେ ଭକ୍ତ ଓ ଭଗବାନ। କାରାଣ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଡିସେମ୍ବର ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପ୍ରଥମ ସପ୍ତାହରେ ପ୍ରତିଦିନ ୫ ହଜାର ଲୋକଙ୍କୁ ମିଳିବ ଅନୁମତି। ପ୍ରଥମ ସପ୍ତାହରେ କେବଳ ପୁରୀ ଲୋକ ଶ୍ରୀମନ୍ଦିରକୁ ଯାଇ ପାରିବେ ।ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇବେ ଶ୍ରୀମନ୍ଦିର ପ୍ରଶାସକ, ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି। ଯଦି ମନ୍ଦିର ଖୋଲେ ତେବେ ଜାନୁଆରି ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ଜାନୁଆରି ୩ରୁ ପୁରୀ ଛଡ଼ା ବାହାର ଲୋକଙ୍କୁ ଦର୍ଶନ ଅନୁମତି ଦିଆଯିବ। କୋଭିଡ୍ ନେଗେଟିଭ ରିପୋର୍ଟ ଥିଲେ ମିଳିବ ଅମୁମତି।ପ୍ରଥମ ସପ୍ତାହରେ ଲୋକଙ୍କ ସଂଖ୍ୟା ବୃଦ୍ଧି କରାଯାଇ ପାରେ।ଭିତର କାଠରୁ ଦର୍ଶନ କରିପାରିବେ ଭକ୍ତ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
