News portal website
before header
[URIS id=5393]

ବାକି ପରୀକ୍ଷା ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ ‘ସିବିଏସ୍‌ଇ’କୁ କହି‌ଲେ ସୁପ୍ରିମ୍ କୋର୍ଟ

0 197

ନୂଆଦିଲ୍ଲୀ: ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବାକି ପରୀକ୍ଷା ପତ୍ରଗୁଡ଼ିକୁ ବାତିଲ୍ କରି ଅଭ୍ୟନ୍ତରୀଣ ମୂଲ୍ୟାୟାନ ଆଧାରରେ ନମ୍ବର ପ୍ରଦାନ କରିବା କଥା ବିଚାର କରିବାକୁ ‘ସିବିଏସ୍‌ଇ’କୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।

Notice

ଏହି ନିର୍ଦେଶ ଗ୍ରହଣ କରି ମଙ୍ଗଳବାର ସୁଦ୍ଧା ଏ ସଂକ୍ରାନ୍ତରେ ସୂଚନା ଦିଅ ବୋଲି ଜଷ୍ଟିସ୍ ଏଏମ୍ ଖାନ୍‌ୱାଲିକର୍‌ଙ୍କ ନେତୃତ୍ବାଧୀନ ୩ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ‘ସିବିଏସ୍‌ଇ’କୁ କହିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପରୀକ୍ଷା ବାତିଲ୍ କରିବା ନିମନ୍ତେ ଅଭିଭାବକ ଅମିତ ବାଠଲା ଦାଏର କରିଥିବା ପିଟିସନ୍‌ର ଶୁଣାଣି କରି ଅଦାଲତ ଏ କଥା କହିଛନ୍ତି। ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ବାକି ପରୀକ୍ଷା ପତ୍ରଗୁଡ଼ିକର ପରୀକ୍ଷା କରାଇବାକୁ ‘ସିବିଏସ୍‌ଇ’ ଯୋଜନା କରିଛି।

ଦ୍ବାଦଶ ଶ୍ରେଣୀର କେତେକ ବିଦ୍ୟାର୍ଥୀଙ୍କ ଅଭିଭାବକ ଦ୍ବାରା ଦାଏର ହୋଇଥିବା ଆବେଦନରେ କୁହାଯାଇଛି, ‌ଶେଷ ହୋଇଥିବା ପରୀକ୍ଷା ପତ୍ର ଆଧାରରେ ଫଳ ପ୍ରକାଶ କରିବାକୁ ଏବଂ ବାକି ବିଷୟଗୁଡ଼ିକରେ ଅଭ୍ୟନ୍ତରୀଣ ମୂଲ୍ୟାୟନ ଆଧାରରେ ହାରାହାରି ନମ୍ବର ଦେବାକୁ ‘ସିବିଏସ୍‌ଇ’କୁ ନିର୍ଦେଶ ଦିଆଯାଉ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ନିରାପତ୍ତା ଉପରେ ଚିନ୍ତା ଉଦ୍ରେକ କରି, ଆବେଦନରେ ଆହୁରି କୁହାଯାଇଛି ଯେ, କରୋନାଭାଇରସ୍ ସଂକ୍ରମଣ ତେଜୁଥିବା ବେଳେ ପରୀକ୍ଷା ଦେବାକୁ ଗଲେ ପିଲାମାନେ ସଂକ୍ରମଣ ପ୍ରତି ଉନ୍ମୁକ୍ତ ରହିବାର ଆଶଙ୍କା ଅଛି।

ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କୋଭିଡ୍-୧୯ ମହାମାରୀର ସଂକଟକୁ ବିଚାର କରି ବିଦେଶରେ ଥିବା ୨୫୦ଟି ସ୍କୁଲ୍‌ରେ ସିବିଏସ୍‌ଇ ୧୦ମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ବାତିଲ କରିଛି। ଏବଂ ପ୍ରକ୍ଟିକାଲ୍ ପରୀକ୍ଷା କିଂବା ଅଭ୍ୟନ୍ତରୀର ମୂଲ୍ୟାୟନ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କୁ ନମ୍ବର ପ୍ରଦାନ କରିଛି।

Leave A Reply

Your email address will not be published.