News portal website
before header
[URIS id=5393]

ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ

0 147

ସମ୍ବଲପୁର:

Notice

ତା-୫-୧୨-୨୦୨୦

ଆଜିଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ବିଭିନ୍ନ ଜିଲାରେ ଆଜି ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କରିଛନ୍ତି  ଚାଷୀ ସଂଗଠନ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ମସିତିର ଆହ୍ବାନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୃଷି ଆନ୍ଦୋଳନ ଜୋର୍‌ ଧରିଛି। ଏହି ଅନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କୃଷକମାନେ କହିଥିବା ବେଳେ କୃଷି ସଚିବ ଆସି ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଅନ୍ଦୋଳନକାରୀ କୃଷକ ଦାବି କରିଛନ୍ତି। ସମ୍ବଲପୁର ଜିଲାରେ ସିନ୍ଦୁରପଙ୍କ ନିକଟସ୍ଥ ଚୌଧୁରି ଛକରେ ଚାଷୀ ମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଧାନକୁ ବସ୍ତାରେ ଧରି ଟ୍ରାକ୍ଟର ଓ ଟ୍ରକରେ ଭର୍ତ୍ତି କରି ରାସ୍ତାରୋକୋ କରିଛନ୍ତି ଚାଷୀ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ଦିଆଯାଇଥିବା ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ପୂର୍ଣ୍ଣ ପରିମାଣରେ ସମର୍ଥନ କରି ସମ୍ବଲପୁର ଜିଲା କୄଷକ ସଂଗଠନ ଏହି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଆନ୍ଦୋଳନରେ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଆବାହକ ଅଶୋକ ପଧାନ, ମୁରାରୀ ପୁରୋହିତ, ଦେବେନ୍ଦ୍ର ପ୍ରଧାନ, ଚନ୍ଦ୍ରକାନ୍ତ ପଣ୍ଡା, ହରିଶଙ୍କର ପୁରୋହିତ, ବ୍ୟୋମକେଶ ଠାକୁର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ନେତା ଓ ଚାଷୀ ସାମିଲ ହୋଇଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.