News portal website
before header
[URIS id=5393]

ଯାଜପୁର ଜିଲ୍ଲାରେ ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ଆରମ୍ଭ

0 312

ଯାଜପୁର: 

Notice

ତା-୩-୧୨-୨୦୨୦

ଯାଜପୁର ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଚାଲିଥିବା ବେଆଇନ କ୍ରସର ଉଚ୍ଛେଦ ଅଭିଯାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଜିଲ୍ଲା ପ୍ରଶାସନ ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡିରୁ ଉଛେଦ ପକ୍ରୀ୍ରିୟା ଆରମ୍ଭ କରିଛି  । ବେଆଇନ କ୍ରସର ଭଙ୍ଗାଯିବା ସହ କେତେକ କ୍ରସରକୁ ସିଲ କରିଦିଆଯାଇଛି । ଯାଜପୁର ଜିଲ୍ଲାରେ ୨୭୫ରୁ ଅଧିକ ବେଆଇନ କ୍ରସର ଚାଲୁଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ମଧ୍ୟରୁ ଧର୍ମଶାଳା ତହସିଲ ଅଧିନରେ ସର୍ବାଧିକ ୨୪୩ଟି କ୍ରସର ଥିବା ସୂଚନା ମିଳିଛି ।

ଏନେଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ, ସ୍ଥାନୀୟ ତହସିଲଦାର, ଥାନାଅଧିକାରୀ, ଅତିରିକ୍ତ ତହସିଲଦାର, ଖଣି ବିଭାଗର ଉପନିର୍ଦ୍ଦେଶକ, ପ୍ରଦୂଷଣ ବୋର୍ଡ ଅଧିକାରୀ ପ୍ରମୁଖ ସାମିଲ ଥିଲେ ।ଆଇନଶୃଙ୍ଖଳା ଦୃଷ୍ଟିରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.