News portal website
before header
[URIS id=5393]

ଅରୁଣ କରିପାରିବେ ତ ?ଅରୁଣଙ୍କ ପର୍ଦା ଫାସ !

0 474

ଭୁବନେଶ୍ୱର

ତା-୨୮-୧୧- ୨୦୨୦

ପରୀ ହତ୍ୟା ମାମଲାର ତଦନ୍ତ କରିବେ ଆଇଜି ଅରୁଣ ବୋଥ୍ରା ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ SIT ଗଠନ କରିଛନ୍ତି ରାଜ୍ୟ ସରକାର।

SITର ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ମିଳିଛି । ଏହି ଟିମରେ ଅରୁଣଙ୍କ ବ୍ୟତୀତ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ASP ଆର୍‌.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ସାମିଲ ଅଛନ୍ତି।

SIT ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ। ଏହି ହାଇପ୍ରୋଫାଇଲ ତଦନ୍ତର ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜ୍‌ଙ୍କୁ ଦାୟିତ୍ୱ ଦେବାକୁ ଏହି ଚିଠିରେ ନିବେଦନ କରାଯାଇଛି। ପୂର୍ବରୁ ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ବିକ୍ରମକେଶରୀ ଆରୁଖ।

ଗୋଟିଏ ପଟେ ଏ ଘଟଣାକୁ ୪ମାସ ବିତିଯାଇଥିଲେ ମଧ୍ଯ ନୟାଗଡ଼ ପୋଲିସ ଏବଂ ଓଡ଼ିଶା ପୋଲିସ ଅପରାଧୀ ପାଖରେ ପହଞ୍ଚି ପାରି ନଥିବା ବେଳେ,ଏ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଲିଙ୍କ ରହୁଛି ବୋଲି ରାଜନୈତିକ ସ୍ତରରେ ଆଲୋଚନା ହେଉଅଛି।ଏପରିକି ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ତିନିଦିନ ହେବ ବିଧାନସଭା ଅଚଳ କରେଇ ଦଉଛନ୍ତି ବିରୋଧୀ। ତେବେ ଏସଆଇଟି ଟିମର ଦାୟିତ୍ୱ ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି। ଶ୍ରୀ ବୋଥ୍ରା ଶ୍ରୀ ସାହୁଙ୍କ ଲିଙ୍କ ଅଛି କି ନାହିଁ ପର୍ଦାଫାସ କରିବାକୁ ବାକି ରହିଛି ବୋଲି ସାଧାରଣରେ ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।

http://www.austinnews.in

https://www.facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.