News portal website
before header
[URIS id=5393]

ନାଗାର୍ଜୁନ ବେଶ ପାଇଁ ଶ୍ରୀକ୍ଷେତ୍ରରେ ୧୪୪ ଧାରା

0 189

ପୁରୀ:

ତା-୨୬-୧୧-୨୦୨୦

ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ବଳବତ୍ତର ରହିବ। ବେଶ ଓଲାଗି ପରେ ଭକ୍ତ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜୁନ ବେଶ ଲାଗି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ସହରରେ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨ ASP, ୭ DSP, ୧୯ SI, ୭୭ ASI ନିଯୁକ୍ତ କରାଯାଇଛି। ହରଚଣ୍ଡୀ ସାହିରୁ ନାଗାବେଶକୁ କଡ଼ା ସୁରକ୍ଷାରେ ଅଣାଯିବ ବୋଲି କୁହାଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.